ETV Bharat / state

ଧାନକିଣା ଦାବିରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସ ଆଗରେ ଚାଷୀଙ୍କ ବିକ୍ଷୋଭ

author img

By

Published : Jan 19, 2021, 1:36 PM IST

ବାଲେଶ୍ବର ଜିଲ୍ଲାର ଗୁଡୁଦା ପଞ୍ଚାୟତର ଚାଷୀମାନେ ଧାନକିଣା ଦାବିରେ ଯୋଗାଣ ଅଧିକାରୀଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

Farmer's protest in front of District Supply Officer on demanding Rice procurement in Balasore
ଧାନକିଣା ଦାବିରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସ ଆଗରେ ଚାଷୀଙ୍କ ବିକ୍ଷୋଭ

ବାଲେଶ୍ବର: ଜିଲ୍ଲାର ରେମୁଣା ବ୍ଲକ ଗୁଡୁଦା ପଞ୍ଚାୟତର ଚାଷୀମାନଙ୍କ ଧାନକୁ ମିଲର କିଣୁ ନଥିବା ଅଭିଯୋଗ ହୋଇଥିଲା । ଏଥିଲାଗି ଚାଷୀମାନେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଜର ଦାବି ଉପସ୍ଥାପନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଦୁର୍ଗାଦେବୀ ସୋସାଇଟି ଅଧିନରେ ଥିବା ଚାଷୀମାନଙ୍କ ଧାନକୁ ମିଲରମାନେ ଗୁଡୁଦା ଅଞ୍ଚଳକୁ ଅତିକ୍ରମ କରି କିଣୁଛନ୍ତି । ମାତ୍ର ଗୁଡୁଦା ଅଞ୍ଚଳର ଚାଷୀଙ୍କ ଧାନ କୌଣସି ମିଲର କିଣୁ ନ ଥିବା ଅଭିଯୋଗ ହୋଇଛି । ଗୁଡୁଦା ମିଲରମାନେ ଧାନ ନ କିଣିବାର କାରଣ ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟକଳାପ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ଏଥିପାଇଁ ମିଲରମାନେ ଗାଁକୁ ରାସ୍ତା ନଥିବା ଦର୍ଶାଇ ସେଠାକାର ଚାଷୀଙ୍କଠାରୁ ଧାନ କିଣୁ ନଥିବା କୁହାଯାଇଛି । ଏନେଇ ଚାଷୀମାନେ ଯୋଗାଣ ଅଧିକାରୀଙ୍କୁ ଜଣାଇବା ପରେ ସେ ଏ ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.