ETV Bharat / state

ଶିଶୁକନ୍ୟା ମୃତ, ଚିକିତ୍ସାରେ ଅବହେଳା ଅଭିଯୋଗ - negligence of treatment

ବାଲେଶ୍ବର ଜିଲ୍ଲାରେ ଚିକିତ୍ସା ଅବହେଳାରୁ ଜଣେ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ। ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ପରିବାର ଲୋକେ ଚିକିତ୍ସାଳୟରେ ଧାରଣା ଦେଇଥିବା ବେଳେ ପ୍ରଶାସନିକ ସ୍ତରରେ ପ୍ରତିଶୃତି ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Mar 29, 2019, 9:04 AM IST

Updated : Mar 29, 2019, 11:55 AM IST

ବାଲେଶ୍ବର: ଚିକିତ୍ସା ଅବହେଳାରେ ଶିଶୁକନ୍ୟାର ମୃତ୍ୟୁ ଘଟଣା । ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିବାରଲୋକଙ୍କୁ ପ୍ରତିଶୃତି ମିଳିବା ପରେ ଉତ୍ତେଜନା କମିଛି । ଡିଏସପି ଓ ସିଡିଏମଓ ଉପଜିଲ୍ଲାପାଳ ପହଞ୍ଚି ପ୍ରଶାସନିକ ପରିବାରଲୋକଙ୍କ ଅଭିଯୋଗକୁ ଗ୍ରହଣୀୟ କରିବା ସହ ପ୍ରଶାସନିକ ପ୍ରତିଶୃତି ଦେଇଛନ୍ତି ।

ସୂଚନାଯୋଗ୍ୟ, କିଛି ସମୟ ଧରି ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ସୃଷ୍ଟି ହେବା ସହ ଉତ୍ତ୍ୟକ୍ତ ଜନତାଆନ୍ଦୋଳନ କରିଥିଲେ । ଫଳରେ ସେହି ରାସ୍ତା ଦେଇ ଯିବାଆସିବାପ୍ରଭାବିତ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ଡିଏସପି ଉମେଶ କୁମାର ପଣ୍ଡା, ଟାଉନ ଥାନା ଆଇଆସି ସରୋଜିନୀ ନାୟକ, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ସିଡିଏମଓ ରଞ୍ଜନ କୁମାର ପାଢୀ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସେମାନଙ୍କୁ ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ଦିଆଯାଇଥିଲା । ସିଡିଏମଓ ଡାକ୍ତର ପାଢ଼ୀ ଏହି ଘଟଣାକୁ ନେଇ ଉପଯୁକ୍ତ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଅଭିଯୋଗ ଅନୁୟାୟୀ, ବସ୍ତା ଥାନା ଅଞ୍ଚଳର ଶିଆଳିଆ ଗ୍ରାମ ସୁଶାନ୍ତ ରାଉତଙ୍କ 5 ବର୍ଷର ଝିଅ ଲକ୍ଷ୍ମୀପ୍ରିୟାଟ୍ୟୁମରରେ ପୀଡିତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଡାକ୍ତର ନାରାୟଣ ଚନ୍ଦ୍ର ବେହେରା ଅସ୍ତ୍ରୋପଚାର ପରେ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୀର୍ଘ ସମୟ ଧରି ଚେତା ନଫେରିବାରୁ ଡାକ୍ତରକୁଙ୍କୁ ଡାକିଥିଲେ ପରିବାର ଲୋକେ । ହେଲେ ଶିଶୁକନ୍ୟାର ଚିକିତ୍ସା ପାଇଁ ଡାକ୍ତର ଆସିନଥିବାର ଅଭିଯୋଗ କରିବା ସହ ତୁରନ୍ତୁ ଶିଶୁ ବିଭାଗକୁ ନେଇଥିଲେ । ସେଠାରେ ବିଭାଗୀୟ ଡାକ୍ତର କଟକ ସ୍ଥାନାନ୍ତର କରିଥିବା ବେଳେ ବାଟରେ ଝିଅର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ପରିବାର ପକ୍ଷରୁ ଧାରଣା ଦେବା ସହ କ୍ଷତିପୂରଣ ଦାବି କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାଏକ, ଇଟିଭି ଭାରତ

SLUG-ACCIDENT
AVO-MRUTYUNJAY SENAPATI,MAYURBHANJ
DATE-27.03.2019
ANCHOR-ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା। ଦ୍ୱାରଶୁଣି ଘାଟିରେ ଆଜି ଏକ ମାଲ ବୋଝେଇ ଟ୍ରକ ପ୍ରାୟ 50 ଫୁଟ ତଳକୁ ଖସିପଡିଛି। ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି , ତେବେ ଦୁର୍ଘଟଣା ରେ ଟ୍ରକ ରେ ଥିବା ଡ୍ରାଇଭର ଓ ହେଲପର ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଙ୍ଗରିପୋଷି ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ବାଙ୍ଗରିପୋଷି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Last Updated : Mar 29, 2019, 11:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.