ETV Bharat / state

ବାଲେଶ୍ବରରୁ ଉଠିଲା ଧାରଣା, ଏବେ ଭୁବନେଶ୍ବରର ପାଳି

author img

By

Published : Nov 29, 2019, 11:54 PM IST

ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ଫକୀର ମୋହନ ବିଶ୍ବବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ । ଶନିବାର ଛାତ୍ରଛାତ୍ରୀମାନେ ଭୁବନେଶ୍ବରରେ ଧାରଣା ଦେବେ ।

Fakir mohan college students strike calls off
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଫକୀର ମୋହନ ବିଶ୍ବବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଇଥିବା ଧାରଣା ପ୍ରତ୍ୟାହାର କରିଛନ୍ତି । ଶନିବାର ଛାତ୍ରଛାତ୍ରୀମାନେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ ଏବଂ ସେଠାରେ ଧାରଣା ଦେବା ନେଇ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗତ 4 ଦିନ 3 ରାତି ଧାରଣାରେ ବସିବା ପରେ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଠାକୁର ରଣଜିତ ଦାସ ଧାରଣାରତ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ସେମାନଙ୍କ ଦାବି ନେଇ ଜିଲ୍ଲାପାଳ ନେଇଥିବା ପଦକ୍ଷେପ ସମ୍ପର୍କରେ ଖୋଦ୍‌ ଆସି ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ । ଏହା ପରେ ଛାତ୍ରଛାତ୍ରୀ ଧାରଣାରୁ ଉଠିଥିଲେ ।

ଶନିବାର ଫକୀର ମୋହନ ବିଶ୍ଵବିଦ୍ୟାଳୟ ଓ ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟରୁ ପଦଯାତ୍ରାରେ ଆସିଥିବା ଛାତ୍ରଛାତ୍ରୀମାନେ ଏକଜୁଟ ହୋଇ ଭୁବନେଶ୍ବରରେ ଧାରଣା ଦେବେ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଜିଲ୍ଲାପାଳଙ୍କ ଅଫିସ ଆଗରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ବିଏଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ ମାନେ ଦେଇଥିବା ଧାରଣା ପ୍ରତ୍ୟାହାର ହୋଇଛି। ବାଲେଶ୍ୱରରୁ ଉଠି ଆସନ୍ତାକାଲି ସେମାନେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ ଓ ସେଠାରେ ଧାରଣା ଦେବେ।

Body:4ଦିନ ଓ 3ରାତି ଧାରଣାରେ ବସିବା ପରେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଠାକୁର ରଣଜିତ ଦାସ ଧାରଣା ରତ ଛାତ୍ରଛାତ୍ରୀ ଙ୍କ ପାଖରେ ପହଞ୍ଚିଥିଲେ। ଜିଲ୍ଲାପାଳ ଏ ସମ୍ପର୍କରେ ନେଇଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ କେ ସୁଦର୍ଶନ ଆସି ଛାତ୍ରଛାତ୍ରୀଙ୍କୁ ଜଣାଇବା ପରେ ଧାରଣାରୁ ଉଠିଥିଲେ।

Conclusion:ଫକୀର ମୋହନ ବିଶ୍ଵବିଦ୍ୟାଳୟ ଓ ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟରୁ ପଦଯାତ୍ରାରେ ଆସିଥିବା ଛାତ୍ରଛାତ୍ରୀମାନେ ଏକଜୁଟ ହୋଇ ଭୁବନେଶ୍ୱରରେ ଧାରଣା ଦେବେ ବୋଲି କହିଛନ୍ତି।
ବାଇଟ1- ଲକ୍ଷ୍ମୀନାରାୟଣ ନାୟକ(ଫକୀରମୋହନ ବିଶ୍ଵବିଦ୍ୟାଳୟ ଛାତ୍ର)
ବାଇଟ2- ଠାକୁର ରଣଜିତ ଦାସ(ବିଜେପି ଯୁବମୋର୍ଚ୍ଚା, ରାଷ୍ଟ୍ରୀୟ ଅଧ୍ୟକ୍ଷ)
ବାଇଟ3- ହରିଶ୍ଚନ୍ଦ୍ର ମିଶ୍ର(ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ ଛାତ୍ର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.