ETV Bharat / state

ପର୍ଯ୍ୟଟକଙ୍କ ଠାରୁ ଲୁଟୁଥିଲେ ଟଙ୍କା: 5 ନକଲି ଏମଭିଆଇ ଅଟକ, ଘଟଣାସ୍ଥଳରେ ଉତ୍ତେଜନା - 5 fake mvi detain in balasore

ମିଛ କହି ପର୍ଯ୍ୟଟକଙ୍କ ଠାରୁ ଲୁଟୁଥିଲେ ଟଙ୍କା । ହେଲେ ବେଶୀ ଦିନ ଲୁଚି ରହିଲାନି ଏହି ଅଭିନବ ଉପାୟର ଚୋରୀ । ବାଲେଶ୍ବରରେ 5 ନକଲି ଏମଭିଆଇ ଅଟକ, ଘଟଣାସ୍ଥଳରେ ଉତ୍ତେଜନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର
author img

By

Published : Sep 14, 2019, 1:59 PM IST

ବାଲେଶ୍ଵର : ନକଲି ଏମଭିଆଇଙ୍କୁ ଅଟକ ରଖିଲା ପୋଲିସ । ଜଳେଶ୍ବର ଜାତୀୟ ରାଜପଥରେ ବସ ଅଟକାଇ ଲୁଟୁଥିଲେ 5 ନକଲି ଏମଭିଆଇ । ମିଛ ପରିଚୟ ଦେଇ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ଠାରୁ ଲକ୍ଷ୍ମଣନାଥ ତନଖି ଫାଟକରେ ଲୁଟୁଥିଲେ ଟଙ୍କା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ଜଳେଶ୍ବର ପୋଲିସ । ବସର କାଗଜପତ୍ର ଯାଞ୍ଚ କଲା ପରେ, ବସର ଡ୍ରାଇଭର ଏବଂ ମହିଳା ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଠାରୁ ସୁନାଗହଣା ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଗୁରୁତର ପର୍ଯ୍ୟଟକଙ୍କୁ ଜଳେଶ୍ବର ହସପିଟାଲରେ ଭର୍ତ୍ତି କରାଯାଇଛି।

ପର୍ଯ୍ୟଟକମାନେ ଏହି ଘଟଣାକୁ ନେଇ 60 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା। ଦୀର୍ଘ ସମୟ ପରେ ରାସ୍ତାରୋକ ହଟିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଜାତୀୟ ରାଜପଥରେ ବସ ଅଟକାଇ ଲୁଟୁଥିବା 5 ନକଲି MVIଙ୍କୁ ଅଟକ ରଖିଲା ପୋଲିସ। ଲକ୍ଷ୍ମଣନାଥ ତନଖି ଫାଟକ ରେ ବାହାର ରାଜ୍ଯ ରୁ ଆସିଥିବା ପର୍ଯ୍ଯଟକ ବସ କୁ ଅଟକାଇ ନିଜକୁ mvi ପରିଚୟ ଦେଇ ବସ ର କାଗଜପତ୍ର ଯାଞ୍ଚ କଲା ପରେ , ବସ ର ଡ୍ରାଇଭର ଏବଂ ମହିଳା ପର୍ଯ୍ଯଟକ ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଠାରୁ ସୁନାଗହଣା ଟଙ୍କା ଲୁଟିନେଇଥିବା ଜଣାପଡିଛି। ଗୁରୁତର ପର୍ଯ୍ଯଟକଙ୍କୁ ଜଳେଶ୍ବର ହସପିଟାଲ ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି 5 ଜଣକୁ ଅଟକ କରିଛି। ପର୍ଯ୍ଯଟକ ମାନେ ଏହି ଘଟଣାକୁ ନେଇ 60 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିଲା। ଦୀର୍ଘ ସମୟ ପରେ ରାସ୍ତାରୋକ ହଟିଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.