ETV Bharat / state

ବାଲେଶ୍ଵରରେ ଫେଲ ମହିଳା ପୋଲିସ ପାଟ୍ରୋଲିଂ!

author img

By

Published : Jan 24, 2022, 9:09 PM IST

ପ୍ରାୟ ବର୍ଷେ ତଳେ ବାଲେଶ୍ଵରର ବିଭିନ୍ନ ଥାନା ପାଇଁ 20ଟି ନାଲି ସ୍କୁଟି ପ୍ରଦାନ କରାଯାଇଥିଲା । ଯୁବତୀ ଓ ମହିଳାଙ୍କୁ ସୁରକ୍ଷା ଦେବାପାଇଁ ସରକାରୀ ସ୍ତରରେ ମହିଳା ପୋଲିସଙ୍କୁ ଏଥିରେ ମୁତୟନ କରାଯାଇଥିଲା । ହେଲେ ଫଳ ଶୂନ । ଅଧିକ ପଢନ୍ତୁ

ବାଲେଶ୍ଵରରେ ଫେଲ ମହିଳା ପୋଲିସ ପାଟ୍ରୋଲିଂ
ବାଲେଶ୍ଵରରେ ଫେଲ ମହିଳା ପୋଲିସ ପାଟ୍ରୋଲିଂ

ବାଲେଶ୍ବର: ଯୁବତୀ ଓ ମହିଳାଙ୍କୁ ସୁରକ୍ଷା ଦେବାପାଇଁ ସରକାରୀ ସ୍ତରରେ ମହିଳା ପୋଲିସଙ୍କୁ ନାଲି ସ୍କୁଟି ପ୍ରଦାନ କରାଯାଇଛି । ଏହାଦ୍ୱାରା ମହିଳା ପୋଲିସମାନେ ପାଟ୍ରୋଲିଂ କରିବା ସହ କଲେଜ ଛାତ୍ରୀ ହୁଅନ୍ତୁ କି ମହିଳା ରାସ୍ତାରେ ଯିବା ଆସିବାବେଳେ ସେମାନଙ୍କ ସୁରକ୍ଷା ଦିଗରେ ଯତ୍ନବାନ ହେବେ । ମାତ୍ର ପ୍ରାୟ ବର୍ଷେ ତଳେ ବାଲେଶ୍ଵରର ବିଭିନ୍ନ ଥାନା ପାଇଁ 20ଟି ନାଲି ସ୍କୁଟି 2021 ଜାନୁଆରୀ 10 ତାରିଖରେ ପ୍ରଦାନ କରାଯାଇଥିଲା ।

ଉଦ୍ଦେଶ୍ୟ ଥିଲା, ରାସ୍ତାରେ ଯିବାବେଳେ ଅସୁରକ୍ଷିତ ଅନୁଭବ କରୁଥିବା ମହିଳା, ରାସ୍ତାରେ ରୋଡ୍ ରୋମିଓ, ଛିନତାଇ, ଅଶ୍ଳୀଳ ବ୍ୟବହାରରୁ ରକ୍ଷା କରିବ ଏହି ନିର୍ଭୟା ନାଲି ସ୍କୁଟି ଓ ମହିଳା ପୋଲିସ କର୍ମଚାରୀ । ଏଥିରେ ମହିଳା ପୋଲିସ କର୍ମଚାରୀ ସାଦା ପୋଷାକରେ ପାଟ୍ରୋଲିଂ ମଧ୍ୟ କରିବେ । ତେବେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ବାଲେଶ୍ବରରେ ଦେଖିବାକୁ ମିଳିଛି । ନା ନାଲି ସ୍କୁଟିକୁ କେହି ଭୟ କରୁଛନ୍ତି ନା ନାଲି ସ୍କୁଟି ମହିଳାଙ୍କୁ ସୁରକ୍ଷା ଦେବାରେ ପାଖରେ ଛିଡା ହୋଇପାରୁଛି । ବରଂ ସେମିତି ଥାନାରେ ଛିଡା ହୋଇ ରହୁଛି ନହେଲେ ଥାନାର ନିଜସ୍ବ କାମରେ ଲାଗୁଛି । ତେବେ ଏକ ଭଲ ଉଦ୍ଦେଶ୍ୟରେ ଏମିତି ବ୍ୟବସ୍ଥାର କେବେ ସୁଧାର ଆସୁଛି ତାହାହିଁ ଦେଖିବାକୁ ବାକି ରହିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.