ETV Bharat / state

ପ୍ଲାଷ୍ଟିକ ମୁକ୍ତ ପରିବେଶ ନିଶା: ଯୁବ ଇଞ୍ଜିନିୟରରୁ ଜରିଗୋଟାଳି - ପରିବେଶ ସୁରକ୍ଷା

ବ୍ୟସ୍ତତା ଏବଂ ସ୍ବାର୍ଥପରତା ଭିତରେ ଅଟକି ଯାଇଛି ଆମ ଜୀବନ । ପରିବେଶ ଓ ପରିସ୍ଥିତିରୁ ପାସୋରି ଯାଇଛନ୍ତି ସଭିଁଏ । କିନ୍ତୁ ଏସବୁଠୁ ସମ୍ପୂର୍ଣ୍ଣ ଉର୍ଦ୍ଧ୍ବରେ ଜଣେ ଯୁବ ଇଞ୍ଜିନିୟର । ପାଠ ପଢିଛନ୍ତି, ପୁଣି ଇଞ୍ଜିନିୟରିଂ । କିନ୍ତୁ ପରିବେଶରୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପାଲଟିଛନ୍ତି ଜରିଗୋଟାଳି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର
author img

By

Published : Sep 20, 2019, 2:20 PM IST

Updated : Sep 20, 2019, 5:15 PM IST

ବାଲେଶ୍ବର: ସମାଜକୁ ସଚେତନ କରାଇବା ଏବଂ ସୁସ୍ଥ ବାତାବରଣ ସୃଷ୍ଟି କରିବା ଜୀବନର ବ୍ରତ । ଜଣେ ଦାୟିତ୍ୱବାନ ନାଗରିକ ହୋଇ ବଞ୍ଚିବା ପାଇଁ ସେ ପାଲଟିଛନ୍ତି ଉଦାହରଣ। ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ପାଲଟିଛନ୍ତି ଜରିଗୋଟାଳି । ତାଙ୍କର ଏହି ଅଦ୍ଭୁଦ କର୍ତ୍ତୃତ୍ବ ପାଇଁ ତାଙ୍କୁ ଘୃଣା ନୁହେଁ ବରଂ ମିଳିଛି ଅନେକ ପ୍ରଶଂସା । ଏମିତି ଜଣେ ବ୍ୟକ୍ତିତ୍ୱଙ୍କ କଥା ଆମେ କହୁଛୁ ଯିଏ ଅନ୍ୟମାନଙ୍କ ପାଲଟିଛନ୍ତି ଉଦାହରଣ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତର ହରିହର ମିଶ୍ରଙ୍କ ଦ୍ୱତୀୟ ପୁତ୍ର ଅଭିମନ୍ୟୁ ମିଶ୍ର । ଇଂଜିନିୟରିଂ ପାସ କରିବା ପରେ ଚାକିରୀ ପଛରେ ନଦୌଡ଼ି ଅଭିମନ୍ୟୁ ସମାଜସେବାକୁ ଆଦରି ନେଇଛନ୍ତି । ଆଉ ଏମିତି କିଛି ବାର୍ତ୍ତା ସେ ସମାଜକୁ ଦେଉଛନ୍ତି ଯାହା ସୁସ୍ଥ ପରିବେଶ ପାଇଁ ଅତ୍ୟନ୍ତ ଆବଶ୍ୟକ । ବର୍ତ୍ତମାନ ପଲିଥିନ ବ୍ୟାନ ହୋଇଥିବା ବେଳେ ଅଭିମନ୍ୟୁ ଗତ ୨ ବର୍ଷ ଧରି ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ଲୋକଙ୍କୁ କରୁଛନ୍ତି ସଚେତନ ।

ଜଣେ ଜରିଗୋଟାଳି ଭାବେ ଦେହସାରା ପ୍ଲାଷ୍ଟି ବୋତଲ ବାନ୍ଧି ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ କରୁଛନ୍ତି ସଚେତନ । ପ୍ରଥମେ ଯେତେବେଳେ ସେ ଏପରି ବେଶ ଧରି ଏମିତି ସଚେତନ କରିଥିଲେ ଲୋକେ ତାଙ୍କୁ ଚୋର ଓ ମାନସିକ ବିକୃତର ଆଖ୍ୟା ଦେଇ ଘଉଡ଼ାଇଥିଲେ । ମାତ୍ର ତାଙ୍କ ଉଦ୍ଦେଶ୍ୟ ସଂପର୍କରେ ଜାଣିବାକୁ ପାଇବା ପରେ ସମସ୍ତେ କରୁଛନ୍ତି ପ୍ରଶଂସା । ଦୀର୍ଘ ୨ ବର୍ଷ ଧରି ଲଗାତର ଭାବେ ପଲିଥିନ, ପ୍ଲାଷ୍ଟିକ ବୋତଲ, ଗୋଟାଇ ଚାଲିଛନ୍ତି ଅଭିମନ୍ୟୁ । ସକାଳ ହେଲେ ମୁଣ୍ଡରେ ପଗଡ଼ି ବାନ୍ଧି ହାତରେ ବାଡ଼ି ଓ ଛିଣ୍ଡା ମୁଣି ଧରି ଜରିଗୋଚାଳି ବେଶରେ ବାହାରି ପଡ଼ନ୍ତି ଏ ଦିଗହରା ସମାଜକୁ ସଚେତନ କରାଇବା ପାଇଁ । ତାଙ୍କର ଏ ନିଆରା ସଚେତନତା ପାଇଁ ଅନେକ ସମୟରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ ।

ହେଲେ କେବେ ନିଜ କାର୍ଯ୍ୟରୁ ସେ ବିରତି ନେଇନାହାନ୍ତି । ନିଜ ଅଞ୍ଚଳକୁ ସଫାସୁତୁରା ରଖିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ଯୋଡ଼ି ହୋଇ ଅଭିମନ୍ୟୁ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଅଭିମନ୍ୟୁଙ୍କ ଏହି ଚିନ୍ତାଧାରା ସତରେ ସମସ୍ତଙ୍କ ପାଇଁ ପ୍ରେରଣା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ସମାଜକୁ ସଚେତନ କରାଇବା ଓ ଏକ ସୁସ୍ଥ ବାତାବରଣ ସୃଷ୍ଟି କରି ଜଣେ ଦାଇତ୍ୱବାନ ନାଗରିକ ହୋଇ ବଞ୍ଚିବା ପାଇଁ ଉଦାହରଣ ପାଲଟିଛନ୍ତି ସେ । ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ନିଜେ ହୋଇଯାଇଛନ୍ତି ପାଗଳ । ତାଙ୍କର ଏ ପାଗଳାମୀ ପାଇଁ ତାଙ୍କୁ ଘୃଣା ନୁହେଁ ବରଂ ମିଳିଛି ଅନେକ ପ୍ରଶଂସା । ଏମିତି ଜଣେ ବ୍ୟକ୍ତିତ୍ୱଙ୍କ କଥା ଆମେ କହୁଛୁ ଯିଏ ଅନ୍ୟମାନଙ୍କ ପାଲଟି ଯାଇଛନ୍ତି ଉଦାହରଣ ।
ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତର ଦଧିବାମନପୁର ଗ୍ରାମର ହରିହର ମିଶ୍ରଙ୍କ ଦ୍ୱତୀୟ ପୁତ୍ର ଅଭିମନ୍ୟୁ । ଇଂଜିନିୟରିଂ ପାସ କରିବା ପରେ ଚାକିରି ପଛରେ ନଦୌଡ଼ି ଅଭିମନ୍ୟୁ ସମାଜସେବାକୁ ଆଦରି ନେଇଥିଲେ । ଆଉ ଏମିତି କିଛି ବାର୍ତ୍ତା ସେ ସମାଜକୁ ଦେଉଛନ୍ତି ଯାହା ସୁସ୍ଥ ପରିବେଶ ପାଇଁ ଅତ୍ୟନ୍ତ ଆବଶ୍ୟକ । ବର୍ତ୍ତମାନ ପଲିଥିନ ବ୍ୟାନ ହୋଇଥିବା ବେଳେ ଅଭିମନ୍ୟୁ ଗତ ୨ ବର୍ଷ ଧରି ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ଲୋକଙ୍କୁ କରୁଛନ୍ତି ସଚେତନ । ଜଣେ ପାଗଳର ବେଶ ଧରି ଦେହସାରା ପ୍ଲାଷ୍ଟି ବୋତଲ ବାନ୍ଧି ସେ ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ କରୁଛନ୍ତି ସଚେତନ । ପ୍ରଥମେ ଯେତେବେଳେ ସେ ପାଗଳ ବେଶ ଧରି ଏମିତି ସଚେତନତା କରିଥିଲେ ଲୋକେ ତାଙ୍କୁ ଚୋର ଓ ପାଗଳର ଆଖ୍ୟା ଦେଇ ଘଉଡ଼ାଇଥିଲେ । ମାତ୍ର ଯେବେ ତାଙ୍କର ଉଦ୍ଦେଶ୍ୟ ସଂପର୍କରେ ଜାଣିବାକୁ ପାଇଥିଲେ ସେତବେଳେ ତାଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ ।୨ ବର୍ଷ ଧରି ଲଗାତର ଭାବେ ପଲିଥିନ, ପ୍ଲାଷ୍ଟିକ ବୋତଲ, ଗୋଟାଇ ଚାଲିଛନ୍ତି ଅଭିମନ୍ୟୁ । ସକାଳ ହେଲେ ମୁଣ୍ଡରେ ପଗଡ଼ି ବାନ୍ଧି ହାତରେ ବାଡ଼ି ଓ ଛିଣ୍ଡା ବୁରା ଧରି ପାଗଳ ବେଶରେ ବାହାରି ପଡ଼ନ୍ତି ଏ ଦିଗହରା ସମାଜକୁ ସଚେତନ କରାଇବା ପାଇଁ । ତାଙ୍କର ଏ ନିଆରା ସଚେତନତା ପାଇଁ ଅନେକ ସମୟରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ । ହେଲେ କେବେ ନିଜ କାର୍ଯ୍ୟରୁ ସେ ବିରତି ନେଇନାହାନ୍ତି ।
ନିଜ ଅଞ୍ଚଳକୁ ସଫାସୁତୁରା ରଖିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ଯୋଡ଼ି ହୋଇ ଅଭିମନ୍ୟୁ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଅଭିମନ୍ୟୁଙ୍କ ଏହି ପାଗଳାମି ସତରେ ସମସ୍ତଙ୍କ ମସ୍ତିସ୍କରେ ଘର କରି ରହିଗଲେ ପରିବେଶ ଆପେଆପେ ସୁସ୍ଥ ହୋଇଯିବ ବୋଲି ଚର୍ଚ୍ଚା ହେଉଛି ।
ବାଇଟ- ଅଭିମନ୍ୟୁ ମିଶ୍ର(ସଚେତକ)Conclusion:
Last Updated : Sep 20, 2019, 5:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.