ETV Bharat / state

ହାତୀଙ୍କ ଉପଦ୍ରବ, ଚିନ୍ତାରେ ଚାଷୀ

author img

By

Published : Jul 30, 2019, 2:27 PM IST

ଔପଦା ବନବିଭାଗ ଅଧିନ ସୋରିଷପାଳ ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଭାଲୁକାନ୍ତି ପାହାଡରୁ 6ରୁ ଉର୍ଦ୍ଧ୍ବ ହାତୀ ଚାଷଜମି ଆଡକୁ ମାଡି ଆସୁଛନ୍ତି। ଯାହାକୁ ନେଇ ଚିନ୍ତାରେ ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲାର ଔପଦା ବନବିଭାଗ ଅଞ୍ଚଳରେ ହାତୀଙ୍କ ଉପଦ୍ରବ। ରାତିରେ ଚାଷ ଜମି ଆଡକୁ ଆସି ଧାନ ତଳି ଖାଇବା ସହ ବ୍ୟାପକ ନଷ୍ଟ କରୁଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଔପଦା ବନବିଭାଗ ଅଧିନ ସୋରିଷପାଳ ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଭାଲୁକାନ୍ତି ପାହାଡରୁ 6ରୁ ଉର୍ଦ୍ଧ୍ବ ହାତୀ ଚାଷଜମି ଆଡକୁ ମାଡି ଆସୁଛନ୍ତି। ଏବେ ଧାନ ତଳି ରୁଆ କାମ ଚାଲୁଥିବାରୁ ଏହାକୁ ହାତୀପଲ ନଷ୍ଟ କରିବାରେ ଲାଗିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ରାତିରେ ହାତୀପଲ ଫସଲ ଖାଉଥିବା ବେଳେ ଦିନରେ ଗର୍ଜନ ଛାଡୁଥିବାରୁ ଚାଷୀ ଭୟରେ ବିଲକୁ ଯାଇ ପାରୁନାହାଁନ୍ତି। ବନବିଭାଗ ପାଖରେ ଚାଷୀ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗ ଚୁପ୍‌ ହୋଇବସିଛି । ନୀଳଗିରି ବିଧାୟକ ସୁକାନ୍ତ ନାୟକ ବନବିଭାଗକୁ ଚାଷୀଙ୍କ ସମସ୍ୟା ଦୂର ପାଇଁ କହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବାଲେଶ୍ବର ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ଭାଙ୍ଗି ପଡିଥିବା ବେଳେ ପୁଣି ଫସଲ ଉପରେ ହାତୀ ଦାଉ ସାଧୁଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.