ବାଲେଶ୍ବର: ନୀଳଗିରି କୁଲଡିଡା ଅଞ୍ଚଳରେ ମାତିଲେ ଦନ୍ତା । କୁଲଡିହା ଅଭୟାରଣ୍ୟକୁ ଛେଳି ଚରାଇବାକୁ ଯାଇଥିବା ଛେଳି ଚରାଳିକୁ ଦନ୍ତାର ଆକ୍ରମଣ । ଫଳରେ ବ୍ୟକ୍ତି ଜଣକ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ହେଲେ ଟିଆକଟା ଗାଁର ସୁଦାମ ସିଂ ।
ସୂଚନା ଅନୁସାରେ, ସୁଦାମ ରବିବାର ଦିପ୍ରହରରେ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ସେଠାରେ ସେ ଏକ ଦନ୍ତା ହାବୁଡରେ ପଡିଯାଇଥିଲେ । ଦନ୍ତା ତାଙ୍କୁ କଚାଡି ଦେବାରୁ ସେ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ