ETV Bharat / state

ଉପନିର୍ବାଚନ ପାଇଁ ପ୍ରଚାର ସରଗରମ, ରାତିରେ ମନ୍ତ୍ରୀ କଲେ ମହିଳା ଜନସଭା - balasore

ଜମୁଛି ଉପନିର୍ବାଚନ ପ୍ରଚାର । ଏନେଇ ବାଲେଶ୍ଵର ସୁନାରୀ ସାହି ଅଞ୍ଚଳରେ ରାତିରେ ପ୍ରାର୍ଥୀ ସ୍ବରୂପ ଦାସଙ୍କ ପାଇଁ ପ୍ରଚାର ଓ ମହିଳା ଜନସଭା କରି ଭୋଟ ଭିକ୍ଷା କରିଛନ୍ତି ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର । ଅଧିକ ପଢନ୍ତୁ...

election night campain in balasore by Energy minister Dibya Shankar Mishra
ଉପନିର୍ବାଚନ ପାଇଁ ପ୍ରଚାର ସରଗରମ, ରାତିରେ ମନ୍ତ୍ରୀ କଲେ ମହିଳା ଜନସଭା
author img

By

Published : Oct 29, 2020, 8:46 AM IST

ବାଲେଶ୍ଵର: ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି । ପ୍ରଚାର ମଇଦାନରେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ମନ୍ତ୍ରୀ ମଣ୍ଡଳର ବହୁ ମନ୍ତ୍ରୀ ସାମିଲ ହୋଇଛନ୍ତି । ସେହିପରି ସହରର ୱାର୍ଡ ନଂ 1 ପୁରୁଣା ବାଲେଶ୍ଵର ସୁନାରୀ ସାହି ଅଞ୍ଚଳରେ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ରାତିରେ ପ୍ରାର୍ଥୀ ସ୍ବରୂପ ଦାସଙ୍କ ପାଇଁ ପ୍ରଚାର ଓ ମହିଳା ଜନସଭା କରି ଭୋଟ ଭିକ୍ଷା କରିଛନ୍ତି । ସୁନାରିସାହିର ସମସ୍ତ ଅସୁବିଧା ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିବା ସହ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ମନ୍ତ୍ରୀ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ।

ଉପନିର୍ବାଚନ ପାଇଁ ପ୍ରଚାର ସରଗରମ, ରାତିରେ ମନ୍ତ୍ରୀ କଲେ ମହିଳା ଜନସଭା

ଦେଢ଼ ବର୍ଷ ଭିତରେ ବିଜେପି ସାଂସଦ ଲୋକଙ୍କ ପାଇଁ ସେତେଟା ଆଖିଦୃଶିଆ କାର୍ଯ୍ୟ କରି ନଥିବା ପ୍ରସଙ୍ଗ ମଧ୍ୟ ଲୋକଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା । ବିଜେଡି ସହିତ ମହିଳାମାନେ ସବୁବେଳେ ରହିଛନ୍ତି । ମା ଭଉଣୀ ମାନଙ୍କ ଆଶୀର୍ବାଦ ମୁଖ୍ୟମନ୍ତ୍ରୀ ଓ ପ୍ରାର୍ଥୀଙ୍କ ଉପରେ ରହିଛି ବୋଲି ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.