ETV Bharat / state

ଆସୁଛି ରାକ୍ଷୀ ପୂର୍ଣ୍ଣିମା, ଏଥର ଭାଇ ହାତରେ ଭଉଣୀ ବାନ୍ଧିବ ଟେରାକୋଟା ରାକ୍ଷୀ

author img

By

Published : Aug 16, 2021, 1:40 PM IST

ଦିନ କେଇଟା ପରେ ରକ୍ଷା ବନ୍ଧନ । ଝୋଟ, ମାକ୍ରମ (ନାଇଲନ ସୂତା),ଟେରାକୋଟା, ସବାଇ ଘାସର ରାକ୍ଷୀ କିଣିବା ପାଇଁ ଜମୁଛି ଗ୍ରାହକଙ୍କ ଭିଡ । ଅଧିକ ପଢନ୍ତୁ...

ଆସୁଛି ରାକ୍ଷୀ ପୂର୍ଣ୍ଣିମା; ଗ୍ରାହକଙ୍କ ମନ କିଣୁଛି ଟେରାକୋଟା ରାକ୍ଷୀ

ବାଲେଶ୍ବର: ଦିନ କେଇଟା ପରେ ରକ୍ଷା ବନ୍ଧନ । ଏହି ଦିନରେ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଶୁଭ ମନାଷି ଥାଏ । ରକ୍ଷୀ ପୂର୍ଣ୍ଣିମାକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ବିଭିନ୍ନ ସ୍ଥାନରେ ରାକ୍ଷୀ ଦୋକାନୀମାନେ ବ୍ୟବସାୟର ପସରା ମେଲାଇଲେଣୀ । ବଜାରରେ ଫେନ୍ସି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ରାକ୍ଷୀ ମିଳୁଛି । କିନ୍ତୁ ଏଥରେ ବାଲେଶ୍ବରରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଝୋଟ, ମାକ୍ରମ (ନାଇଲନ ସୂତା), ଟେରାକୋଟା, ସବାଇ ଘାସରେ ରାକ୍ଷୀ ତିଆରି କରିଛନ୍ତି । ଯାହା ଦେଖିବାକୁ ବେଶ ଆକର୍ଷଣୀୟ ଲାଗୁଛି ।

ଏହା ସାଙ୍ଗକୁ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବା ବେଳେ ଯେଉଁ ଥାଳି ବ୍ୟବହାର କରିଥାଏ ତାହା ମଧ୍ୟ ସବାଇ ଘାସରେ ତିଆରି ହୋଇଛି। ଯେଉଁଥିରେ ଚକୋଲେଟ, ଦ୍ବୀପ, ଠାକୁରଙ୍କ ମାଟି ମୂର୍ତ୍ତି ସ୍ଥାନିତ ହୋଇଛି। ଯାହାର ମୂଲ୍ୟ ମାତ୍ର 70 ରୁ 100 ଟଙ୍କା ମଧ୍ୟରେ ରହିଛି । ଏହି ଥାଳିରେ ଦୁଇଟି ରାକ୍ଷୀ ସାଙ୍ଗକୁ ଏହି ସବୁ ସାମଗ୍ରୀ ରହିଛି। ଯାହାକି ସମ୍ପୂର୍ଣ୍ଣ ଭାବେ ଏକ ପ୍ୟାକେଟ ଯାହା ଭଉଣୀମାନେ ବ୍ୟବହାର କରି ପାରିବେ। ଗାଁ ଗହଳିର ମହିଳାମାନଙ୍କ ଏମିତି ଉଦ୍ୟମ ଯୋଗୁଁ ଅନେକ ମହିଳା ରୋଜଗାରକ୍ଷମ ହୋଇ ପାରିଥିବା ବେଳେ ଓରମାସ ମହିଳାମାନଙ୍କୁ ପ୍ରୋତ୍ସାହିତ କରୁଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.