ETV Bharat / state

ଚେକିଂ ବେଳେ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ଟ୍ରକ

ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ପଥର ବୋଝେଇ ଟ୍ରକ । ଟ୍ରକଟି ସିଧା ଆସି ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ସମସ୍ତେ ଅଳ୍ପକେ ବଞ୍ଚି ଯାଇଥିବା ବେଳେ ଟ୍ରକ ଜବତ ହୋଇଥିବା ଜଣାପଡିଛି ।

author img

By

Published : Mar 29, 2019, 3:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ବାଲେଶ୍ବର: ଚେକିଂ ବେଳେ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ପଥର ବୋଝେଇ ଟ୍ରକ । ଗାଡିଟି ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ତେବେ ବେଆଇନ ପଥର ବୋଝେଇ ଟ୍ରକ ଯାଞ୍ଚ ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ସୂଚନା ଅନୁସାରେ, ସୋର ବାଗୁଡି ଅଞ୍ଚଳରୁ ଅନେକ ସମୟରେ ବେଆଇନ ଭାବେ ପଥର ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଶୁକ୍ରବାର ସୋର ତହସିଲଦାର ଦେବୀପ୍ରସାଦ ଦାସ ଓ ସୋର ଥାନା ଏଏସଆଇ ଅମୂଲ୍ୟ ଗିରି ପଥର ବୋଝେଇ ଟ୍ରକ ଯାଞ୍ଚ କରୁଥିଲେ । ଏହି ସମୟରେ ତହସିଲଦାରଙ୍କ ବୋଲେରୋ ଗାଡି ରାସ୍ତା ପାଖରେ ଛିଡା ହୋଇଥିଲା । ସେଠାରେ ତହସିଲଦାର, ଏଏସଆଇ ଓ ତହସିଲଦାରଙ୍କ ଗାଡି ଡ୍ରାଇଭର ଯାଞ୍ଚ କାର୍ଯ୍ୟ କରୁଥିଲେ ।

ଏହି ସମୟରେ ବାଗୁଡି ଖଞ୍ଜା ମହଲରୁ ପଥର ବୋଝେଇ କରି ଭଦ୍ରକ ଯାଉଥିବା ଏକ ଦ୍ରୁତଗାମୀ ପଥର ବୋଝେଇ ଟ୍ରକ ଯାଞ୍ଚ ହେଉଥିବା ସ୍ଥାନ ଆଡକୁ ମାଡି ଆସିଥିଲା । ଟ୍ରକଟି ସିଧା ଆସି ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ସମସ୍ତେ ଅଳ୍ପକେ ବଞ୍ଚି ଯାଇଛନ୍ତି । ଟ୍ରକକୁଜବତ କରାଯିବା ସହ ଡ୍ରାଇଭରକୁ ଅଟକ ରଖାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

ହାଇଦ୍ରାବାଦ: ନିକଟରେ ଆଲିୟା ଓ ରଣବୀର କପୁର ଏକ ଆୱାର୍ଡ ସେରିମୋନୀରେ ରୋମାଣ୍ଟିକ ଡାନ୍ସ କରି ଖୁଲମଖୁଲା ପ୍ରେମ କରିଛନ୍ତି। ତେବେ ଏହି ପ୍ରେମ ଦେଖି ଆଲିୟାଙ୍କୁ ରଣବୀରଙ୍କ ଅତୀତ ବିଷୟରେ ପଚରାଯାଇଥିଲା କିଛି ପ୍ରଶ୍ନ। ଯାହାର ଉତ୍ତରରେ ଆଲିୟା କିଛି ଏମିତି କହିଛନ୍ତି ଯେ ଆପଣ ଶୁଣିଲେ ଆଲିୟାଙ୍କୁ ଆହୁରି ପସନ୍ଦ କରିବାକୁ ବାଧ୍ୟ ହେବେ।

ରଣବୀରଙ୍କ ଅତୀତକୁ ନେଇ ଆଲିୟା ଚିନ୍ତିତ କି ନୁହେଁର ପ୍ରଶ୍ନରେ ଆଲିୟା କହିଛନ୍ତି ମୁଁ ଏହାକୁ ନେଇ ଚିନ୍ତିତ ନୁହେଁ। ତାପରେ 'ମୁଁ ବି କୋଉ କମ ଅଟେ।' ଏହାପରେ ସେ ରଣବୀରଙ୍କ ପ୍ରଶଂସା କରି ସେ ଜଣେ ମୂଲ୍ୟବାନ ମଣି ମଧ୍ୟ କହିଛନ୍ତି।

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ଉଭୟ ପ୍ରଥମଥର ପାଇଁ ଏକାଠି ନଜର ଆସୁଥିବାବେଳେ ବୁଲଗେରିୟାରେ ଏହାର ସୁଟିଂବେଳେ ଉଭୟ ପ୍ରେମରେ ପଡିଥିଲେ। ତେବେ ଦିନକୁ ଦିନ ଉଭୟଙ୍କ ସମ୍ପର୍କ ଦୃଢ ହେବାସହ ବ୍ୟକ୍ତିଗତ ଓ କର୍ମମୟ ଜୀବନରେ ଉଭଯ ବେଶ ଖୁସି ବୋଲି କହିଛନ୍ତି। 

ଆଲିୟା ଆହୁରି କହିଛନ୍ତି, ଏହା ଗୋଟିଏ ସମ୍ପର୍କ ନୁହେଁ, ଏହା ବନ୍ଧୁତା। ମୁଁ ଏହା ସମ୍ପୂର୍ଣ୍ଣ ଇମାନଦାରୀର ସହ କହୁଛି। ଏହା ଖୁବ ସୁନ୍ଦର। ମୁଁ ଏବେ ଚାନ୍ଦ,ତାରାରେ ଚାଲୁଛି। ସବୁଠୁ ଶ୍ରେଷ୍ଠ କଥା ହେଲା, ଆମେ ଦୁଇଟି ଭିନ୍ନ ମଣିଷ, ଯିଏକି ନିଜନିଜ କର୍ମମୟ ଜୀବନକୁ ଖୁବ ଉପଭୋଗ କରୁଛୁ। ତେବେ ଆଲିୟା ଏବେ ଫିଲ୍ମ 'କଲଙ୍କ'ର ରିଲିଜର ଅପେକ୍ଷାରେ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.