ETV Bharat / state

ନକଲି ମୋବିଲ କାରଖାନା ଠାବ, ଦୁଇ ଗିରଫ - କାରଖାନା

ପଚିଶି ବର୍ଷ ଧରି ଚାଲିଥିଲା ବେଧଡ଼କ ନକଲି ମୋବିଲ କାରବାର । ଦୁଇ ଭାଇ ସାଜିଥିଲେ ମାଷ୍ଟରମାଇଣ୍ଡ । ପୋଲିସ ଶୁକ୍ରବାର ସେମାନଙ୍କୁ ଗିରଫ କରିବା ସହ 1200 ପୋଡ଼ା ମୋବିଲ ଜବତ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର
author img

By

Published : Jul 19, 2019, 8:10 PM IST

ବାଲେଶ୍ୱର: ସହରରେ ଚାଲିଥିଲା ନକଲି ମୋବିଲ କାରଖାନା। 25 ବର୍ଷ ଧରି ଏମତି କାରବାର ଚଳାଇଥିଲେ ଦୁଇ ଭାଇ । ମୋବିଲ କମ୍ପାନୀର ମାର୍କେଟିଂ ଇନଭେସ୍ଟିଗେଟିଭ ଟିମ ଅଭିଯୋଗ ପରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ନକଲି ମୋବିଲ ଜବତ କରିବା ସହ ଦୁଇ ଭାଇଙ୍କୁ ଗିରଫ କରିଛି ।

ଏହି ବେଆଇନ କାରବାର ଚାଲିଥିଲା ସହଦେଵଖୁଣ୍ଟା ଆଦର୍ଶ ଥାନା ଅଧିନ ଅରଡ଼ ବଜାରରେ। ଜିଲ୍ଲାରେ ମୋବିଲ କମ୍ପାନୀର ଚାହିଦା କମି ଯାଉଥିବା ନେଇ ଏହା ପଛରେ ଥିବା କାରଣ ଖୋଜିଥିଲା କମ୍ପାନୀ । ସେଥିପାଇଁ କମ୍ପାନୀ ଦ୍ୱାରା ନିୟୋଜିତ ହୋଇଥିବା ମାର୍କେଟିଙ୍ଗ ଇନଭେସ୍ଟିଗେଟିଭ ଟିମ ପହଞ୍ଚିଥିଲା ସହରରେ। ଅରଡ଼ ବଜାରରେ ନକଲି ମୋବିଲ ପ୍ରସ୍ତୁତ କରିବା କଥା କମ୍ପାନୀର ତଦନ୍ତକାରୀ ଟିମ ଜାଣିବାକୁ ପାଇଥିଲେ। ଏହାକୁ ଟିମର ସନ୍ତୋଷ ଯାଦବ ସହଦେଵଖୁଣ୍ଟା ଥାନା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଅରଡ଼ ବଜାରରେ ଥିବା ଏକ ଭଡା ଘରେ ଚଢ଼ାଉ କରିଥିଲା। ସେଠାରେ ନକଲି ମୋବିଲ ପ୍ରସ୍ତୁତ ପାଇଁ ସମସ୍ତ ନକଲି ସାମଗ୍ରୀ ଥିବା ଦେଖିବାକୁ ପାଇଥିଲା ପୋଲିସ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ସେଠାରେ ମହଜୁଦ ଥିବା 1200 ଲିଟର ପୋଡ଼ା ମୋବିଲକୁ ପୋଲିସ ଜବତ କରିବା ସହ କାରବାରର ମାଷ୍ଟରମାଇଣ୍ଡ 2 ଭାଇ ଇସୁବ ଖାନ୍ ଓ ଇରସାଦ ଖାନଙ୍କୁ ଗିରଫ କରିଛି। ଏହାସହ ନକଲି ମୋବିଲ ପ୍ରସ୍ତୁତ ପାଇଁ ବ୍ୟବହାର ସରଞ୍ଜାମ ଜବତ କରାଯାଇଛି । ଏମାନେ ପଚିଶି ବର୍ଷ ଧରି ଏମିତି କାରବାର କରୁଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ବଜାରରୁ ପୋଡ଼ା ମୋବିଲ କିଣି ସେଥିରେ ବିଭିନ୍ନ ପ୍ରକାରର ରଙ୍ଗ ମିଶାଇବା ପରେ କମ୍ପାନୀ ଷ୍ଟିକର ମାରି ଦୁଇ ଭାଇ ବିକ୍ରି କରିଥାନ୍ତି ବୋଲି ଜଣାପଡିଛି। ତେବେ ଦୀର୍ଘ ବର୍ଷଧରି ଏମିତି ଏକ କଳା ବେପାର ଚାଲିଥିବା ବେଳେ ପୋଲିସର ନଜର ନ ପଡିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ସହରରେ ଚାଲିଥିଲା ନକଲି ମୋବିଲ କାରଖାନା। 2 ଭାଇ ମିଶି 25 ବର୍ଷ ଧରି ଚଳାଇଥିଲେ ଏମତି କାରବାର। ମୋବିଲ କମ୍ପାନୀର ମାର୍କେଟିଙ୍ଗ ଇନଭେସ୍ଟିଗେଟିଭ ଟିମ ଅଭିଯୋଗ ପରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ନକଲି ମୋବିଲ ଜବତ କରିବା ସହ ଦୁଇ ଭାଇଙ୍କୁ ଗିରଫ କରିଛି।

Body:ଏମିତି ଏକ ବେଆଇନ କାରବାର ଚାଲିଥିଲା ସହଦେଵଖୁଣ୍ଟା ଆଦର୍ଶ ଥାନା ଅଧିନ ଅରଡ଼ ବଜାରରେ। ଏକ ମୋବିଲ କମ୍ପାନୀର ଚାହିଦା କମି ଯାଉଥିବା ବେଳେ ଏହା ପଛରେ ଥିବା କାରଣ ଖୋଜିବା ପାଇଁ କମ୍ପାନୀ ଦ୍ୱାରା ନିୟୋଜିତ ହୋଇଥିବା ମାର୍କେଟିଙ୍ଗ ଇନଭେସ୍ଟିଗେଟିଭ ଟିମ ପହଞ୍ଚିଥିଲା ବାଲେଶ୍ୱରରେ। ଅରଡ଼ ବଜାରରେ ନକଲି ମୋବିଲ ପ୍ରସ୍ତୁତ କରିବା କଥା କମ୍ପାନୀର ତଦନ୍ତକାରୀ ଟିମ ଜାଣିବାକୁ ପାଇଥିଲେ। ଏହାକୁ ଟିମର ସନ୍ତୋଷ ଯାଦବ ସହଦେଵଖୁଣ୍ଟା ଥାନା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଅରଡ଼ ବଜାରରେ ଥିବା ଏକ ଭଡା ଘରେ ଚଢ଼ାଉ କରିଥିଲା। ସେଠାରେ ନକଲି ମୋବିଲ ପ୍ରସ୍ତୁତ ପାଇଁ ସମସ୍ତ ଜିନିଷ ପତ୍ର ଥିବା ପୋଲିସ ଦେଖିବାକୁ ପାଇଥିଲା। ସେଠାରେ ମହଜୁଦ ଥିବା 1200 ଲିଟର ପୋଡ଼ା ମୋବିଲ ପୋଲିସ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ 2 ଭାଇ ଇସୁବ ଖାନ ଓ ଇରସାଦ ଖାନଙ୍କୁ ପୋଲିସ ଗିରଫ କରିଛି। ଏହାସହ ନକଲି ମୋବିଲ ପ୍ରସ୍ତୁତ ପାଇଁ ବ୍ୟବହାର ସରଞ୍ଜାମ ଜବତ କରାଯାଇଛି।

2 ଭାଇ 25 ବର୍ଷ ଧରି ଏମିତି କାରବାର କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏମାନେ ବଜାରରୁ ପୋଡ଼ା ମୋବିଲ କିଣି ଆଣି ସେଥିରେ ବିଭିନ୍ନ ପ୍ରକାରର ରଙ୍ଗ ମିଶାଇବା ପରେ କମ୍ପାନୀ ଷ୍ଟିକର ମାରି ବିକ୍ରି କରିଥାନ୍ତି ବୋଲି ଜଣାପଡିଛି। ତେବେ 25 ବର୍ଷ ଧରି ଏମିତି ଏକ କଳା ବେପାର ଚାଲିଥିବା ବେଳେ ପୋଲିସର ନଜର ନ ପଡିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବାଇଟ- ଶୁଭ୍ରାଂଶୁ ଶେଖର ନାୟକ(ଆଇଆଇସି,ସହଦେଵଖୁଣ୍ଟା ଥାନା)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.