ETV Bharat / state

ନ୍ୟୁ ଜେନେରେସନ ଆକାଶ NGର ସଫଳ ପରୀକ୍ଷଣ

author img

By ETV Bharat Odisha Team

Published : Jan 12, 2024, 3:06 PM IST

New Generation AKASH NG: ନ୍ୟୁ ଜେନେରେସନ ଆକାଶ NGର ସଫଳ ପରୀକ୍ଷଣ । ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ

ନ୍ୟୁ ଜେନେରେସନ ଆକାଶ
ନ୍ୟୁ ଜେନେରେସନ ଆକାଶ

ବାଲେଶ୍ବର: DRDOର ଆଉ ଏକ କମାଲ । ଆକାଶ ମିସାଇଲ AKASH-NGର ସଫଳ ପରୀକ୍ଷଣ ହୋଇଛି । ଡିଆରଡିଓ ପକ୍ଷରୁ ଆଜି(ଶୁକ୍ରବାର) ନ୍ୟୁ ଜେନେରେସନ ଆକାଶ ମିସାଇଲ (AKASH-NG)ର ପରୀକ୍ଷଣ ସଫଳ ହୋଇଛି ।

  • DRDO conducted a successful flight test of the New Generation AKASH (AKASH-NG) missile today. The test was conducted at 10:30 AM from the Integrated Test Range, Chandipur off the coast of Odisha against a high-speed unmanned aerial target at very low altitude. During the flight… pic.twitter.com/9EluL1OQUg

    — ANI (@ANI) January 12, 2024 " class="align-text-top noRightClick twitterSection" data=" ">

ଡିଆରଡିଓର ସୂଚନା ମୁତାବକ, ଏହି ପରୀକ୍ଷଣ ସକାଳ 10 ଟା 30 ମିନିଟରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲ ପରୀକ୍ଷଣ କରାଯାଇଛି । କମ ଉଚ୍ଚତାରେ ଏକ ଦ୍ରୁତ ଗତିଶୀଳ ମାନବବିହୀନ ବିମାନକୁ ଲକ୍ଷ୍ୟ କରି ଏହି ପରୀକ୍ଷଣ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ AKASH-NGର ସଫଳ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ବାୟୁସେନାକୁ ପ୍ରଶଂସା କରିଛନ୍ତି । ଆକାଶ ମିସାଇଲ ପ୍ରଣାଳୀର ସଫଳ ବିକାଶ ଦ୍ବାରା ଦେଶର ବାୟୁ ପ୍ରତିରକ୍ଷା କ୍ଷମତା ଆହୁରି ବୃଦ୍ଧି ହେବା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହା ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର । ଏହି ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷମତା 70 କିଲୋମିଟର ରହିଛି ।

ଲେଫ୍ଟନାଣ୍ଟ ଚେତନ ଶର୍ମା ନେଲେ ଆକାଶ ମିଶାଇଲ ସିଷ୍ଟମ କଣ୍ଟିନଜେଣ୍ଟର ନେତୃତ୍ୱ

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେସନ ମିସାଇଲର ଆଜି ବ୍ୟବହାରିକ ପରୀକ୍ଷଣ ଚାନ୍ଦିପୁର ଆଇ.ଟି.ଆର ପକ୍ଷରୁ କରାଯାଇଥିବା ଜଣାପଡିଛି । ମଧ୍ୟାହ୍ନ ସମୟରେ ଆକାଶରେ ଏକ ଜୋରରେ ଶବ୍ଦ ଶୁଭିଥିଲା । ଆକାଶ–ଏନଜି ଆକାଶ ସିରିଜର ଏକ ଅତ୍ୟାଧୁନିକ ମିସାଇଲ । ଏହି ସ୍ଵଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ଲକ୍ଷଭେଦୀ କ୍ଷମତା ୪୦ କିଲୋମିଟର ରହିଥିବା ଜଣାପଡ଼ିଛି । ଶତ୍ରୁପକ୍ଷର ଯେକୌଣସି ଯୁଦ୍ଧାସ୍ତ୍ରକୁ ଏହା ସହଜରେ ଧ୍ୱଂସ କରିବାରେ ସଫଳ ହୋଇପାରେ । ଏହାର ଲକ୍ଷଭେଦୀ କ୍ଷମତା, ଗତିବିଧୀ ଏବଂ ଯୋଗାଯୋଗ କ୍ଷମତାକୁ ଆଇ.ଟି.ଆର.ର ଟେଲିମେଟ୍ରିକ ରାଡାର ସିଷ୍ଟମ ଦ୍ବାର ଯାଞ୍ଚ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ନ୍ୟୁ ଜେନେରେସନ ଆକାଶ ମିସାଇଲ ପରୀକ୍ଷଣ

ପ୍ରକାଶଥାଉକି ଗତ 2021 ମସିହାରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର 3ନଂ ଲଞ୍ଚପ୍ୟାଡ଼ରୁ ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲକୁ ଉତ୍‌କ୍ଷେପଣ କରାଯାଇଥିଲା । 12ଟା 45 ମିନିଟ୍‌ରେ ଏହି ପରୀକ୍ଷଣ କରାଯାଇଥିଲା । ଏଥିରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇ ପାରିବ । ପରୀକ୍ଷାରେ ଟାର୍ଗେଟ୍‌ ଭାବେ ଇଲେକ୍ଟ୍ରୋନିକ୍‌ ଟାର୍ଗେଟ୍‌କୁ ବ୍ୟବହାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.