ବାଲେଶ୍ୱର: ଚାନ୍ଦିପୁର ବେଳାଭୂମିରେ ଏକ ବଡ଼ ମୃତ ଡ଼ଲଫିନ ଦେଖିବାକୁ ମିଳିଛି । ଡ଼ଲଫିନର ଓଜନ ପ୍ରାୟ 1 କ୍ଵିଣ୍ଟାଲରୁ ଊର୍ଦ୍ଧ ହେବ ବୋଲି ଜଣାପଡ଼ିଛି । ଗଭୀର ସମୁଦ୍ରରେ ବଡ ଜାହାଜ କିମ୍ବା ବୋଟରେ ମାଡ଼ ହୋଇ ଡ଼ଲଫିନଟି ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି ।
ତେବେ ଡ଼ଲଫିନର ପେଟରେ ଗଭୀର ଆଘାତ ଲାଗିଥିବା ବେଳେ ଜୁଆର ସମୟରେ ଭାସି ଭାସି ଆସି କୂଳରେ ଲାଗିଥିବା ଦେଖିବାକୁ ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ