ETV Bharat / state

ଭାଲୁ କବଳରୁ ବୃଦ୍ଧାଙ୍କୁ ବଞ୍ଚାଇଲେ କୁକୁର - balasore

ଜୀବନ ବଞ୍ଚାଇଲେ 2 ବୁଲା କୁକୁର । ବାଲେଶ୍ବରର ନୀଳଗିରି ଅଞ୍ଚଳର ଜଣେ ବୃଦ୍ଧିଙ୍କୁ ଭାଲୁ କବଳରୁ ରକ୍ଷା କରି ସମସ୍ତଙ୍କୁ ତାଜୁବ କରିଦେଇଛନ୍ତି ଏହି 2 କୁକୁର ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 25, 2019, 2:22 PM IST

ବାଲେଶ୍ବର: ଭାଲୁ କବଳରୁ ବୃଦ୍ଧାଙ୍କୁ ବଞ୍ଚାଇଲେ 2 ବୁଲା କୁକୁର । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ବାଲେଶ୍ବରର ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ବାଲେଶ୍ବର

ମଙ୍ଗଳବାର ସକାଳୁ ନୀଳଗିରି ଥାନା ଚଣ୍ଡୀପୁର ଗ୍ରାମର ଜିକି ସିଂ ଗାଁ ପୋଖରୀକୁ ବାସନ ଧୋଇବାକୁ ଯାଇଥିଲେ । ଏହି ସମୟରେ ପଛପଟୁ ଗୋଟିଏ ଭାଲୁ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ତେବେ ଆକ୍ରମଣରେ ବୃଦ୍ଧା ଚିତ୍କାର କରିବାରୁ ନିକଟରେ ଥିବା ଦୁଇଟି କୁକୁର ଭୋକି ଭୋକି ଭାଲୁ ଆଡକୁ ମାଡି ଆସିଥିଲେ । ପରେ ଭାଲୁ ଓ କୁକୁରଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଥିଲା । କୁକୁର 2ଟି ଆକ୍ରମଣ କରିବାରୁ ଭାଲୁଟି ବୃଦ୍ଧାଙ୍କୁ ଛାଡି ଜଙ୍ଗଲକୁ ପଳେଇଯାଇଥିଲା ।

ଆକ୍ରମଣରେ ବୃଦ୍ଧା ଜିକିଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ହୋଇଥିବାରୁ ତାଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଭାବେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛନ୍ତି । ତେବେ ଆଜିର ଏହି ଦୃଶ୍ୟ, କୁକୁରକୁ ବିଶ୍ବସ୍ତ ପଶୁ ଭାବେ ପ୍ରମାଣିତ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ତାଯୁବ କରିବା ଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କୁ ଭାଲୁ ଆକ୍ରମଣ କରୁଥିବା ବେଳେ କୁକୁରମାନେ ବୃଦ୍ଧାଙ୍କୁ ବଞ୍ଚାଇଥିବା ଜଣାପଡିଛି।
Body:
ନୀଳଗିରି ଥାନା ଚଣ୍ଡୀପୁର ଗ୍ରାମର ଜିକି ସିଂ ସକାଳୁ ଗାଁ ପଖରୀ କୁ ବାସନ ଧୋଇବାକୁ ଯାଇଥିଲେ। ତାଙ୍କ ପଛପଟୁ ଗୋଟିଏ ଭାଲୁ ଆକ୍ରମଣ କରିଥିଲା। ଆକ୍ରମଣ ରେ ବୃଦ୍ଧା ଚିତ୍କାର କରିବାରୁ ନିକଟରେ ଥିବା ଦୁଇଟି କୁକୁର ଭୋକି ଭୋକି ଭାଲୁ ଆଡକୁ ମାଡି ଆସିଥିଲେ। ଭାଲୁ ଓ କୁକୁରଙ୍କ ମଧ୍ୟରେ କିଛି ସମୟ ଟକ୍କର ହୋଇଥିଲା। କୁକୁର ଦୁଇଟି ଆକ୍ରମଣ କରିବାରୁ ଭାଲୁଟି ବୃଦ୍ଧାଙ୍କୁ ଛାଡି ଜଙ୍ଗଲକୁ ପଳେଇଯାଇଥିଲା।

Conclusion: ଆକ୍ରମଣରେ ବୃଦ୍ଧା ଜିକିଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ହୋଇଥିବାରୁ ତାଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଭାବେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛନ୍ତି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.