ETV Bharat / state

ବିବାହ ଭୋଜି ଖାଇ 200ରୁ ଊର୍ଦ୍ଧ୍ବ ଅସୁସ୍ଥ - baleswar

ରାଣିବସାଣ ଗାଁରେ ବାହାଘର ଭୋଜି ଖାଇ 200ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
author img

By

Published : May 17, 2019, 11:54 AM IST

Updated : May 17, 2019, 12:28 PM IST

ବାଲେଶ୍ବର: ଭୋଗରାଇ ବ୍ଲକ ଅନ୍ତର୍ଗତ ଗୋଛିଦା ତେଘରୀ ପଞ୍ଚାୟତ ଅନ୍ତର୍ଗତ ରାଣିବସାଣ ଗାଁରେ ବାହାଘର ଭୋଜି ଖାଇ 200ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ । ଅସୁସ୍ଥଙ୍କ ମଧ୍ୟରେ 40ରୁ ଊର୍ଦ୍ଧ୍ବ ଲୋକଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ଅସୁସ୍ଥ ଲୋକମାନଙ୍କୁ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବାଡସରିଷା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ମିଳିଥିବା ସୂଚନା ମୁତାବକ ରାଣିବସାଣ ଗୌରହରି ଜେନାଙ୍କ ପୁଅ ବାହାଘର ଥିଲା । ଏହି ଭୋଜିରେ ପାଖାପାଖି 500ରୁ ଊର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ । ତେବେ ବୁଧବାର ଅପରାହ୍ଣ ପରଠାରୁ ଭୋଜି ଖାଇଥିବା ଲୋକମାନଙ୍କର ମୁଣ୍ଡ ବୁଲାଇବା, ବାନ୍ତିହେବା, ପେଟ ବଥାଇବା ଥିଲା ।

ଆକ୍ରାନ୍ତଙ୍କୁ ଆଜି ସକାଳୁ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବାଡସରିଷା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଥିବା ବେଳେ ଏକ ଡାକ୍ତରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

gfgf

Conclusion:
Last Updated : May 17, 2019, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.