ବାଲେଶ୍ବର: ବାତ୍ୟା ମୁକାବିଲା ପାଇଁ ସଜାଗ ଥିବା ଜିଲ୍ଲା ପ୍ରଶାସନର ମନୋବଳ ବଢ଼ାଇଛନ୍ତି ଡିଜିପି ଅଭୟ। ଆଜି ଅଭୟ ବାଲେଶ୍ଵର ଗସ୍ତରେ ଆସି ଅମ୍ଫାନ ପାଇଁ ପ୍ରଶାସନର ପ୍ରସ୍ତୁତି ଦିଗରେ ସମୀକ୍ଷା କରିଥିଲେ। ବାତ୍ୟା ମୁକାବିଲା ନେଇ ଏନଡିଆରଏଫ ଓ ଓଡ୍ରାଫ ଟିମ ସହ ଡିଜିପି ଆଲୋଚନା କରିଥିଲେ।
ଏବେ 3ଟି ଓଡ୍ରାଫ ଓ 2ଟି ଏନଡିଆରଏଫ ଟିମ ପ୍ରସ୍ତୁତ ରହିଛନ୍ତି। ଆବଶ୍ୟକ ପଡ଼ିଲେ ଅଧିକ ଟିମ ନିୟୋଜିତ କରାଯିବ ବୋଲି ଡିଜିପି କହିଛନ୍ତି। ଏହାସହ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ସମସ୍ତ ବନ୍ଦୋବସ୍ତ ଦିଗରେ ମଧ୍ୟ ଯତ୍ନବାନ ହେବାକୁ ଡିଜିପି ନିର୍ଦେଶ ଦେଇଥିବା ଜଣାପଡିଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ