ବାଲେଶ୍ଵର: ନୀଳଗିରି ଥାନା ଅଞ୍ଚଳରେ ଦେଶୀ ମଦ ସହ ବୋଲେରୋ ଜବତ । ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ଏସଡିପିଓ ସୁଦାମ ଚରଣ ସାହୁ ଘଟଣା ସ୍ଥଳକୁ ଯାଇ ଗାଡିଟିକୁ ଜବତ କରିଛନ୍ତି । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ।
ନୀଳଗିରି ଥାନା ଅନ୍ତର୍ଗତ ସିଆଡିମାଳ ଅଞ୍ଚଳରେ ଥିବା ଶନି ମନ୍ଦିର ନିକଟରୁ ଏକ ଦେଶୀ ମଦ ବୋଝେଇ ବୋଲେରୋ ଜବତ କରାଯାଇଛି । ପୋଲିସକୁ ମୟୁରଭଞ୍ଜ ଅଞ୍ଚଳରୁ ମଦ ବୋଝେଇ ହୋଇ ଆସୁଥିବା ସୂଚନା ମିଳିଛି । ଓଆର01ଏଲ-୯୯୧୮ ନମ୍ବର ବିଶିଷ୍ଟ ଏକ ବୋଲେରୋ ଶନି ମନ୍ଦିର ଛକରେ ଛିଡ଼ା ହୋଇଥିବା ବେଳେ ଗାଡିରୁ ଦୁର୍ଗନ୍ଧ ବାହାରୁଥିଲା । ଏହି ଗାଡ଼ିରେ ପାଖାପାଖି ୪୦୦ ଲିଟରରୁ ଉର୍ଦ୍ଧ୍ବ ମଦ ଜବତ କରାଯାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ