ETV Bharat / state

ବସ୍ତି ବାସିନ୍ଦାଙ୍କ ଧାରଣା ପ୍ରତ୍ୟାହାର, ମିଳିଲା କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶୃତି

author img

By

Published : Apr 1, 2021, 11:54 AM IST

ପରିଶେଷରେ ଅଙ୍ଗାରଗଡିଆ ବସ୍ତି ବାସିନ୍ଦା ସଂଘର କଥା ମାନିଲେ କେନ୍ଦ୍ରମନ୍ତ୍ରୀ । ସବୁ ପରିବାରଙ୍କୁ ଚାରି ଡିସିମିଲ୍ ଜମି ପ୍ରଦାନ କରିବାକୁ ପ୍ରତିଶ୍ରୃତି । ଅଧିକ ପଢନ୍ତୁ...

ବସ୍ତି ବାସିନ୍ଦାଙ୍କ ଧାରଣା ପ୍ରତ୍ୟାହାର, ଆଶ୍ବସନା ଦେଲେ କେନ୍ଦ୍ର ମନ୍ତ୍ରୀ

ବାଲେଶ୍ବର: ଗତ 31 ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବଜାଗରଣ ବସ୍ତି ବାସିନ୍ଦା ସଂଘ(ଅଙ୍ଗାରଗଡିଆ) ଉଚ୍ଛେଦ ପୂର୍ବରୁ ଥଇଥାନ କରିବା ଦାବିରେ ଧାରଣାରେ ବସିଥିଲେ । ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବସ୍ତି ବାସିନ୍ଦାଙ୍କ ପାଞ୍ଚ ଦଫା ଦାବି ମାନିନେଇଛନ୍ତି।

ଧାରଣାକାରୀଙ୍କ ପାଖରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପହଞ୍ଚି ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନି ଆଇନ ଅନୁଯାୟୀ ସମସ୍ତ ଭୂମିହୀନ ୨୪ ଗୋଟି ବସ୍ତି ବାସିନ୍ଦା ପରିବାରଙ୍କୁ ଚାରି ଡିସିମିଲ୍ ଜମି ପ୍ରଦାନ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଧାରଣା ସ୍ଥଳକୁ ଆସି ବସ୍ତି ବାସିନ୍ଦାଙ୍କୁ ଆଶ୍ବାସନା ଦେବା ସହ ଅସ୍ଥାୟୀ ଭାବେ ବିଚ୍ଛିନ୍ନ ହୋଇଥିବା ଇଲେକ୍ଟ୍ରି ଓ ପାଣି ଯୋଗାଣ ବ୍ୟବସ୍ଥା ସହ ତୁରନ୍ତ ଥଇଥାନ କରିବା ପରେ ବସ୍ତି ବାସିନ୍ଦାଙ୍କ ଧାରଣା ପ୍ରତ୍ୟାହାର ହୋଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.