ବାଲେଶ୍ବର: ସାଧାରଣ ଲୋକଙ୍କୁ କୋଭିଡ ଟୀକା ମାଗଣାରେ ପ୍ରଦାନ କରିବା ପାଇଁ ଆଛା ସଂଗଠନ ପକ୍ଷରୁ ଦାବି ହୋଇଛି। ଓଡ଼ିଶାବାସୀଙ୍କୁ ୨୫୦ ଟଙ୍କା ବଦଳରେ ସମ୍ପୂର୍ଣ୍ଣ ମାଗଣାରେ ଟିକା ପ୍ରଦାନ କରାଯିବାକୁ ନେଇ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛି ସଂଗଠନ ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ଯୋଗୁଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନବେଳେ ସଂଗଠନର ରାଜ୍ୟ ସମ୍ପାଦକ ରଣଜିତ କୁମାର ପୃଷ୍ଟି, ବାଲେଶ୍ଵର ଜିଲ୍ଲା ସଭାପତି ବିନୋଦ ମାଝିଙ୍କ ସମେତ ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ