ETV Bharat / state

ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ, ନର୍ସିଂହୋମ ଆଗରେ ଉତ୍ତେଜନା - balesore medical issue

ବାଲେଶ୍ବର ଜିଲ୍ଲା ସୋରରେ ଥିବା ଏକ ନିର୍ଦ୍ଦିଷ୍ଟ ଘରୋଇ ନର୍ସିଂହୋମ ନାଁରେ ଚିକିତ୍ସା ଅବହେଳା ଯୋଗୁଁ ପ୍ରସୂତୀ ମହିଳାଙ୍କ ଗଲା ଜୀବନ । ଏହାର ଅଭିଯୋଗରେ ନର୍ସିଂହୋମ ସମ୍ମୁଖରେ ହୋ ହାଲ୍ଲା କଲେ ମୃତକଙ୍କ ପରିବାର ଲୋକେ ।

ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ

author img

By

Published : Dec 24, 2019, 9:43 AM IST

ବାଲେଶ୍ବର: ଜିଲ୍ଲା ସୋରରେ ଥିବା ଏକ ନିର୍ଦ୍ଦିଷ୍ଟ ଘରୋଇ ନର୍ସିଂହୋମ ନାଁରେ ପୁଣି ଚିକିତ୍ସା ଅବହେଳା ଅଭିଯୋଗ । ଜଣେ ପ୍ରସୂତୀଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରି ନର୍ସିଂହୋମ ଆଗରେ ହୋ ହାଲ୍ଲା କରିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଔପଦା ବ୍ଲକ ବାଙ୍ଗୁରୁ ଗ୍ରାମର ତାପସ ଭୂୟାଁଙ୍କ ସ୍ତ୍ରୀ ନମିତାଙ୍କ ଜନନୀ ଯନ୍ତ୍ରଣା ହେବାରୁ ତାଙ୍କୁ ସୋରସ୍ଥିତ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା। ସେଠାରେ ଡାକ୍ତର ନମିତାଙ୍କର ଅସ୍ତ୍ରୋପ୍ରଚାର କରିଥିଲେ ଏବଂ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏହାପରେ ନମିତା ଅସୁସ୍ଥ ହୋଇ ପଡ଼ିଥିଲେ। ନର୍ସିଂହୋମର ଡାକ୍ତର ନମିତାଙ୍କୁ ବାଲେଶ୍ଵର ନେବା ପାଇଁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ବାଲେଶ୍ଵର ନେବା ପରେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ନେବା ପାଇଁ ଡାକ୍ତର କହିଥିଲେ। କଟକ ନେବା ବାଟରେ ନମିତାଙ୍କ ମୃତ୍ୟୁ ହୋଇଥିଲା ।

ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ

ନର୍ସିଂହୋମର ଡାକ୍ତରଙ୍କ ଅବହେଳା ପାଇଁ ନମିତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ସୋରସ୍ଥିତ ନର୍ସିଂହୋମ ଆଗରେ ପହଞ୍ଚି ହୋ ହାଲ୍ଲା କରିଛନ୍ତି । ଦୀର୍ଘ ସମୟ ସେଠାରେ ଉତ୍ତେଜନା ଲାଗିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ସେହି ନିର୍ଦ୍ଧିଷ୍ଟ ନର୍ସିଂହୋମ ନାଁରେ ଏମିତି ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନପଡିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସୋରରେ ଥିବା ଏକ ନିର୍ଦ୍ଦିଷ୍ଟ ଘରୋଇ ନର୍ସିଂହୋମ ନାଁରେ ପୁଣି ଚିକିତ୍ସା ଅବହେଳା ଅଭିଯୋଗ। ଜଣେ ପ୍ରସୂତୀଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରି ନର୍ସିଂହୋମ ଆଗରେ ହୋ ହାଲ୍ଲା କରିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଔପଦା ବ୍ଲକ ବାଙ୍ଗୁରୁ ଗ୍ରାମର ତାପସ ଭୂୟାଁଙ୍କ ସ୍ତ୍ରୀ ନମିତାଙ୍କ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ତାଙ୍କୁ ସୋର ସ୍ଥିତ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା। ସେଠାରେ ଡାକ୍ତର ନମିତାଙ୍କ ଅସ୍ତ୍ରପଚାର କରି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ନମିତା ଅସୁସ୍ଥ ହୋଇ ପଡ଼ିଥିଲେ। ନର୍ସିଂହୋମର ଡାକ୍ତର ନମିତାଙ୍କୁ ବାଲେଶ୍ଵର ନେବାପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକ ବାଲେଶ୍ଵର ନେବା ପରେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ନେବାପାଇଁ ଡାକ୍ତର କହିଥିଲେ। କଟକ ନେବା ବାଟରେ ନମିତାଙ୍କ ମୃତ୍ୟୁ ହୋଇଥିଲା। ନର୍ସିଂହୋମର ଡାକ୍ତରଙ୍କ ଅବହେଳା ପାଇଁ ନମିତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ସୋର ସ୍ଥିତ ନର୍ସିଂହୋମ ଆଗରେ ପହଞ୍ଚି ହୋ ହାଲ୍ଲା କରିଥିଲେ। ଦୀର୍ଘ ସମୟ ସେଠାରେ ଉତ୍ତେଜନା ଲାଗିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣର ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ସେହି ନିର୍ଦିଷ୍ଟ ନର୍ସିଂହୋମ ନାଁରେ ଏମିତି ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନପଡିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.