ETV Bharat / state

ବାଲେଶ୍ବରରେ ଧର୍ମାନୁଷ୍ଠାନ ଖୋଲିବା ନେଇ ୨୨ରେ ନିଷ୍ପତ୍ତି

ବାଲେଶ୍ବରରେ ମନ୍ଦିର ଖୋଲିବା ନେଇ ଆସନ୍ତା ୨୨ ତାରିଖରେ ନିଷ୍ପତ୍ତି ନିଆଯିବ । ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

author img

By

Published : Aug 6, 2021, 1:15 PM IST

ବାଲେଶ୍ବରରେ ଧର୍ମାନୁଷ୍ଠାନ ଖୋଲିବା ନେଇ ୨୨ରେ ନିଷ୍ପତ୍ତି
ବାଲେଶ୍ବରରେ ଧର୍ମାନୁଷ୍ଠାନ ଖୋଲିବା ନେଇ ୨୨ରେ ନିଷ୍ପତ୍ତି

ବାଲେଶ୍ବର: ରାଜ୍ୟରେ ତଳମୁହାଁ ରହିଛି ସଂକ୍ରମଣ । ଏହାକୁ ନଜରରେ ରଖି କୋରୋନା କଟକଣାକୁ କୋହଳ କରାଯାଇଛି । ଅଗଷ୍ଟରେ ଜାରି ହୋଇଥିବା ଗାଇଡଲାଇନରେ ରାଜ୍ୟର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି । ଅନେକ ଜିଲ୍ଲାରେ ଧର୍ମାନୁଷ୍ଠାନଗୁ଼ଡିକ ଖୋଲି ଗଲାଣି । ବାଲେଶ୍ବରରେ ମନ୍ଦିର ଖୋଲିବା ନେଇ ଆସନ୍ତା ୨୨ ତାରିଖରେ ନିଷ୍ପତ୍ତି ନିଆଯିବ ।

ଜିଲ୍ଲାରେ ମନ୍ଦିରଗୁଡିକୁ ଖୋଲା ଯିବା ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ମନ୍ଦିର ମସଜିଦ, ଚର୍ଚ୍ଚ, ଗୁରୁଦ୍ବାର ପ୍ରତିନିଧିଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଉଥିଲେ ହେଁ ଏ କ୍ଷେତ୍ରରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଛି ।

ଆସନ୍ତା ଅଗଷ୍ଟ ୨୨ ତାରିଖ ପରେ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ନିଷ୍ପତି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.