ETV Bharat / state

Pana Sankranti: ପାଚିଲା କଦଳୀରେ ସଙ୍କଟମୋଚନ

author img

By

Published : Apr 14, 2022, 1:13 PM IST

ହନୁମାନ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ବାଲେଶ୍ୱର ସହରର ପଟ୍ଟ ଶିଳ୍ପୀ ଦେବାଶିଷ ସାହୁ କଦଳୀରେ ହନୁମାନଙ୍କୁ ଆଙ୍କି ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି । ହନୁମାନ ଜୟନ୍ତୀ ଥିବାରୁ ଓ ହନୁମାନଙ୍କର କଦଳୀ ପ୍ରିୟ ହୋଇଥିବା ଯୋଗୁଁ ଦେବାଶିଷ ଏକ ପାଚିଲା କଦଳୀ ଉପରେ ଫେବ୍ରିକ ରଙ୍ଗରେ ହନୁମାନଙ୍କୁ ଆଙ୍କିଛନ୍ତି। ଅଧିକ ପଢନ୍ତୁ

Pana Sankranti 2022: ପାଚିଲା କଦଳୀରେ ହନୁମାନ ଆଙ୍କିଲେ ପଟ୍ଟ ଶିଳ୍ପୀ ଦେବାଶିଷ

ବାଲେଶ୍ୱର: ହନୁମାନ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ବାଲେଶ୍ୱର ସହରର ପଟ୍ଟ ଶିଳ୍ପୀ ଦେବାଶିଷ ସାହୁ କଦଳୀରେ ହନୁମାନଙ୍କୁ ଆଙ୍କି ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି । ହନୁମାନ ଜୟନ୍ତୀ ଥିବାରୁ ଓ ହନୁମାନଙ୍କର କଦଳୀ ପ୍ରିୟ ହୋଇଥିବା ଯୋଗୁଁ ଦେବାଶିଷ ଏକ ପାଚିଲା କଦଳୀ ଉପରେ ଫେବ୍ରିକ ରଙ୍ଗରେ ହନୁମାନଙ୍କୁ ଆଙ୍କିଛନ୍ତି । ଏହି କଦଳୀକୁ ହନୁମାନଙ୍କ ପାଖରେ ଅର୍ପଣ କରି ପୂଜାର୍ଚ୍ଚନା କରିଛନ୍ତି ବାଲେଶ୍ୱର ସହରର ପଟ୍ଟ ଶିଳ୍ପୀ ଦେବାଶିଷ ।

ବାଲେଶ୍ୱର ସହରର ଯୁବକ ଦେବାଶିଷ ସାହୁ ପଟ୍ଟ ଚିତ୍ର ଆଙ୍କି ବେଶ ଚର୍ଚ୍ଚିତ ଥିବା ବେଳେ ଏବେ ହନୁମାନ ଜୟନ୍ତୀ ଅବସରରେ କଦଳୀରେ ହନୁମାନଙ୍କୁ ଆଙ୍କି ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି । ଏହାରି ଭିତରେ ସବୁବେଳେ କିଛି ନା କିଛି ନୂଆ ପ୍ରକାରର ଚିତ୍ର ଆଙ୍କି ସେ ପ୍ରଶଂସାର ପାତ୍ର ହୋଇଛନ୍ତି । ଏହାକୁ ତିଆରି କରିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିବା ବେଳେ ଏହି ଚିତ୍ରିତ କଦଳୀ ହନୁମାନଙ୍କ ପାଖରେ ଅର୍ପଣ କରି ପୂଜାର୍ଚ୍ଚନା କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.