ବାଲେଶ୍ବର: ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତିର ସମ୍ପାଦକ ପ୍ରଦୀପ୍ତ କୁମାର ଦାସଙ୍କ ମୃତଦେହ ରେଳ ଲାଇନରୁ ଉଦ୍ଧାର କରାଯାଇଛି। ନିଧିପଣ୍ଡା ଓଭର ବ୍ରିଜ ତଳେ ରେଳ ଲାଇନରେ କ୍ଷତ ବିକ୍ଷତ ଅବସ୍ଥାରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ପୋଲିସ ଓ ଜିଆରପି ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଘଟଣାସ୍ଥଳରୁ ଏକ ସ୍କୁଟି ଜବତ କରାଯାଇଛି। ଅନ୍ୟପଟେ ସମ୍ପାଦକଙ୍କ ନାମରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା। ଏହାକୁ ନେଇ ସେ ମାନସିକ ସ୍ତରରେ ଭାଙ୍ଗି ପଡି ଆତ୍ମହତ୍ୟା କରିଛନ୍ତି କି ଜମା ଟଙ୍କା ଫେରି ପାଇବା ପାଇଁ କେହି ତାଙ୍କୁ ହତ୍ୟା କରିଛି ତାହା ସନ୍ଦେହ ଘେରରେ। ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ