ETV Bharat / state

ପୋଖରୀରେ ପଡ଼ି ଦିବ୍ୟାଙ୍ଗ ନାବାଳକ ମୃତ - ବାଲେଶ୍ୱର

ପୋଖରୀରେ ପଡ଼ି ଦିବ୍ୟାଙ୍ଗ ନାବାଳକ ମୃତ । ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ଜଣେ ଦିବ୍ୟାଙ୍ଗ ନାବାଳକ ପୋଖରୀରେ ପଡି ପ୍ରାଣ ହରାଇଥିବା ଖବର ସମଗ୍ର ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Mar 22, 2019, 6:38 AM IST

ବାଲେଶ୍ୱର: ପୋଖରୀରେ ପଡ଼ି ଦିବ୍ୟାଙ୍ଗ ନାବାଳକ ମୃତ । ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ଜଣେ ଦିବ୍ୟାଙ୍ଗ ନାବାଳକ ପୋଖରୀରେ ପଡି ପ୍ରାଣ ହରାଇଥିବା ଖବର ସମଗ୍ର ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁସାରେ, ସୋର ବ୍ଲକ କେଦାରପୁର ପଞ୍ଚାୟତର କିଆରପୁର ଗାଁରେ ଏମିତି ଦୁଃଖଦ ଘଟଣା ଘଟିଛି। ଗ୍ରାମର ବାବାଜୀ ଜେନାଙ୍କ ଦିବ୍ୟାଙ୍ଗ ପୁଅ ବନମାଳୀ ଗୁରୁବାର ଅପରାହ୍ନ ଠାରୁ ନିଖୋଜ ଥିଲେ। ତେବେ ଦୀର୍ଘ ସମୟ ପରେ ଗ୍ରାମବାସୀ ପୋଖରୀରେ ବନମାଳୀଙ୍କୁ ଭାସୁଥିବା ଦେଖିବାକୁ ପାଇଥିଲେ। ତେବେ ଗ୍ରାମବାସୀ ସେଠାରୁ ବନମାଳୀଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ନେଇଥିଲେ । ତେବେ ସେଠାରେ ଡାକ୍ତର ବନମାଳୀଙ୍କୁ ମୃତ ଘୋଷଣା କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ବନମାଳୀ କିପରି ପୋଖରୀ ପାଖକୁ ଗଲେ ଏହାର ପ୍ରକୃତ କାରଣ ଜଣାପଡିନି। ସେପଟେ ସୋର ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ନାହିଁନଥିବା ଚର୍ଚ୍ଚା ଚାଲିଥିବାବେଳେ ଆଜି ରିଲିଜ ହୋଇଛି ଫିଲ୍ମର ଟ୍ରେଲର। ଟ୍ରେଲରରେ ମୋଦିଙ୍କ ଭୂମିକାରେ କମାଲ କରିଛନ୍ତି ଅଭିନେତା ବିବେକ ଓବରୟ, ଯେଉଁଥିରେ ଦେଖିବାକୁ ମିଳିଛି ମୋଦିଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ଜୀବନର ଝଲକ।

ଟ୍ରେଲରରେ ମୋଦିଙ୍କ ପିଲାଦିନରୁ ନେଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତର କଠିନ ସମୟ ଦର୍ଶାଯାଇଛି । ମୁମ୍ବାଇର ଗୋଟିଏ ଇଭେଣ୍ଟରେ ଫିଲ୍ମର ସମସ୍ତ ଷ୍ଟାରଙ୍କ ଉପସ୍ଥିତିରେ  ରିଲିଜ କରାଯାଇଛି ଏହି ଟ୍ରେଲର। ଫିଲ୍ମରେ କେବଳ ବିବେକ ନୁହେଁ ବରଂ ତାଙ୍କ ପିତା ସୁରେଶ ଓବରୟ ମଧ୍ୟ ନଜର ଆସିଛନ୍ତି । ଫିଲ୍ମରେ ଅମିତ ଶାହଙ୍କ ଭୂମିକାରେ ମନୋଜ ଯୋଶୀ ନଜର ଆସୁଥିବାବେଳେ ମୋଦିଙ୍କ ମାଆ ହିରାବେନଙ୍କ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଜରିନା ୱହାବ।

ପ୍ରକାଶ ଥାଉକି, ଫିଲ୍ମଟି ସମସ୍ତଙ୍କ ପାଇଁ ବହୁତ ଖାସ କାରଣ ଏଥିରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସାଧୁ, ମୁଖ୍ୟମନ୍ତ୍ରୀ ଆଉ ତାପରେ ପ୍ରଧାନମନ୍ତ୍ରୀ ହେବାର ସମ୍ପୂର୍ଣ୍ଣ କାହାଣୀ ନଜର ଆସିବ। ନିର୍ବାଚନକୁ ଆଖିରେ ରଖି ଫିଲ୍ମଟି ଏପ୍ରିଲ 5ତାରିଖରେ ରିଲିଜ ହେବାର ନିଷ୍ପତ୍ତି ନିଆଯାଇଛି। କିନ୍ତୁ ପୂର୍ବରୁ ଏହା ଏପ୍ରିଲ 12ତାରିଖରେ ରିଲଜ ହେବାର ଘୋଷଣା କରାଯାଇଥିଲା ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.