ETV Bharat / state

VIRAL VIDEO: ବାଲେଶ୍ବରରେ ହରିୟାଣା ପୋଲିସର ଦବଙ୍ଗଗିିରି

author img

By

Published : Jan 23, 2022, 6:51 PM IST

Updated : Jan 23, 2022, 7:47 PM IST

ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ପରିସରରେ ହରିୟାଣା ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି । ହରିୟାଣା ପୋଲିସ ଜଣେ ସାମ୍ବାଦିକଙ୍କୁ ଧମକ ଦେବା ସହିତ ଗୁଳି କରିବାକୁ ବି ଧମକ ଦେଇଛି । ଅଧିକ ପଢନ୍ତୁ

ହରିୟାଣା ପୋଲିସର ଦବଙ୍ଗଗିିରି: Video Viral
ହରିୟାଣା ପୋଲିସର ଦବଙ୍ଗଗିିରି: Video Viral

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ପରିସରରେ ହରିୟାଣା ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗତକାଲି ହରିୟାଣା ପୋଲିସ ବହାନଗା ଅଞ୍ଚଳର ଷଠି ଗ୍ରାମକୁ ଏକ ଟଙ୍କା ଠକେଇ ଅଭିଯୋଗରେ ତଦନ୍ତ କରିବାକୁ ଆସିଥିଲା। ମାତ୍ର ଯେଉଁ ଲୋକଙ୍କ ନାଁ ରେ ଅଭିଯୋଗ ଥିଲା ହରିୟାଣା ପୋଲିସ ତାଙ୍କର ଜଣେ ସମ୍ପର୍କୀୟ ନାବାଳକକୁ ଉଠାଇ ଆଣିଥିଲା। ଏହାକୁ ନେଇ ଗାଁ ଲୋକ ତଥା କିଛି ନେତା ଖନ୍ତାପଡ଼ା ଥାନାକୁ ଆସିଥିଲେ।

ହରିୟାଣା ପୋଲିସର ଦବଙ୍ଗଗିିରି: Video Viral

ଭୁଲ ଲୋକଙ୍କୁ ଉଠାଇ ଆଣିବା ଅଭିଯୋଗ କରିବା ପରେ ହରିୟାଣା ପୋଲିସ ତଦନ୍ତ ବେଳେ ନିଜ କ୍ଷମତାର ଅପବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ଏହି ଖବର ସଂଗ୍ରହ କରିବାକୁ ଆସିଥିବା ଏକ ୱେବ ଚେନାଲର ସାମ୍ବାଦିକ ନାରାୟଣ ମହାନ୍ତିଙ୍କୁ ବି ହରିୟାଣା ପୋଲିସ ଗାଳିଗୁଲଜ କରିବା ସହିତ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିବା ଭିଡିଓ ଏବେ ଭାଇରାଲ ହେଉଛି।

ଏନେଇ ଖନ୍ତାପଡା ଥାନାରେ ହରିୟାଣାରୁ ଆସିଥିବା ଏସ କେ ମଙ୍ଗଳଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। ବାଲେଶ୍ବର ସଦର SDPO ପଦାରବିନ୍ଦ ତ୍ରିପାଠୀ, ସଦର IIC ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ହରିୟାଣାରୁ ଆସିଥିବା ଏସ କେ ମଙ୍ଗଳ ସଦର SDPOଙ୍କ ଉପସ୍ଥିତିରେ କ୍ଷମା ମାଗିବା ସହ ଉକ୍ତ ନାବଳକଙ୍କୁ ମଧ୍ୟ ଛାଡିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jan 23, 2022, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.