ETV Bharat / state

ବାଲେଶ୍ବରରେ ସୀମାପାର ପ୍ରେମ ଘଟଣା, ବାଂଲାଦେଶୀ ମହିଳାଙ୍କ ହେଲା ଡାକ୍ତରୀ ମାଇନା

author img

By ETV Bharat Odisha Team

Published : Dec 9, 2023, 7:30 PM IST

ବାଲେଶ୍ବରରେ ସୀମାପାର ପ୍ରେମ ଘଟଣା । ଆଜି ବାଂଲାଦେଶୀ ମହିଳାଙ୍କ ହେଲା ଡାକ୍ତରୀ ମାଇନା । ଅଧିକ ପଢନ୍ତୁ

Bangladeshi woman taken for medical examination

ବାଂଲାଦେଶୀ ମହିଳାଙ୍କ ହେଲା ଡାକ୍ତରୀ ମାଇନା

ବାଲେଶ୍ବର: ପ୍ରେମିକଙ୍କୁ ଖୋଜିଖୋଜି ବାଂଲାଦେଶରୁ ବାଲେଶ୍ବର ଆସିଥିବା ମହିଳାଙ୍କ ଅଭିଯୋଗ ପରେ ଭୋଗରାଇ କମର୍ଦ୍ଦା ଥାନା ପକ୍ଷରୁ ତାଙ୍କର ଡାକ୍ତରୀ ମାଇନା କରାଯାଇଛି । ମହିଳା ଜଣଙ୍କ କମର୍ଦ୍ଦା ଅଞ୍ଚଳର ଯୁବକ ବିରେନ୍ଦ୍ର ଭଞ୍ଜଙ୍କୁ ନିଜର ସ୍ବାମୀ ବୋଲି ଦାବି କରୁଥିବା ବେଳେ ସେ ଏବେ ଫେରାର ଥିବା ଜଣାପଡ଼ିଛି । ଅନ୍ୟପଟେ ମହିଳାଙ୍କ ଏମିତି ଅଭିଯୋଗ ପରେ ତାଙ୍କୁ ସଖି ସେଣ୍ଟରରେ ରଖାଯାଇ ପୋଲିସ ତଦନ୍ତ ଜାରି ରଖିଛି ।

ପରବର୍ତ୍ତୀ ସମୟରେ ସେ କମର୍ଦ୍ଦା ଥାନାରେ ବିରେନ୍ଦ୍ର ତାଙ୍କୁ ଧୋକା ଦେଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଅନୁସନ୍ଧାନ ଜାରି ରଖିଛି । ବାଂଲାଦେଶୀ ମହିଳାଙ୍କର ଆଜି ଡାକ୍ତରୀ ମାଇନା ହୋଇଥିବା ବେଳେ ଏନେଇ ପୋଲିସ ଅଧିକ ଖୋଳତାଡ଼ ଆରମ୍ଭ କରିଛି । ସୂଚନା ଥାଉ କି ଗତ ଡିସେମ୍ବର ୩ ତାରିଖରେ ବାଂଲାଦେଶୀ ଯୁବତୀ ରୁମା ମାରୀୟମ ପ୍ରେମିକଙ୍କୁ ଖୋଜିଖୋଜି ବାଲେଶ୍ବରରେ ପହଞ୍ଚିଥିଲେ । ରୁମାଙ୍କ ଘର ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳର ବୋଲି ଜଣାପଡିଛି । ପ୍ରେମିକଙ୍କ ସନ୍ଧାନରେ ଭିସା ନେଇ ବାଂଲାଦେଶରୁ ଆସି ବାଲେଶ୍ବରରେ ପ୍ରେମିକ ବିରେନ୍ଦ୍ରଙ୍କ ସନ୍ଧାନରେ ଲାଗିଥିଲେ।

ଏହା ବି ପଢନ୍ତୁ- ବାଲେଶ୍ବରରେ ବାଂଲାଦେଶୀ ଯୁବତୀ, ପ୍ରେମ ପାଇଁ କଲେ ସୀମା ପାର

୬ ବର୍ଷ ପୂର୍ବେ ରୁମା ମାରୀୟମଙ୍କ ସହ ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ବୁଢ଼ାକୁସୁମୀ ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ସହ ସୋସିଆଲ ମିଡ଼ିଆରୁ ଭଲ ପାଇବା ଆରମ୍ଭ ହୋଇଥଲା । ପରବର୍ତ୍ତୀ ସମୟରେ ବିରେନ୍ଦ୍ର ବାଂଲାଦେଶ ଯାଇ ରୁମାକୁ ଦେଖାକରିବା ସହ ତାଙ୍କ ସହ ସମ୍ପର୍କ ବଢାଇ ଥିଲେ । ଦୀର୍ଘ ୬ ବର୍ଷ ସମ୍ପର୍କ ପରେ ରୁମା ବିରେନ୍ଦ୍ରଙ୍କୁ ବାଂଲାଦେଶ କକ୍ସ ବଜାରରେ ମୁସଲିମ ରୀତିନୀତି ଅନୁସାରେ ବିବାହ କରିଥିବା କଥା ରୁମରେ ଦାବି କରିବା ସହ ତାଙ୍କ ସହ ରହିବା ପାଇଁ ଜିଦ ଧରିଥିଲେ । ଦୀର୍ଘ ଦିନର ଉଭୟ ବୈବାହିକ ଓ ଶାରୀରିକ ସମ୍ପର୍କ ରଖିବା ପରେ ବିରେନ୍ଦ୍ର ରୁମାଙ୍କୁ ଧୋକା ଦେଇ ଓଡ଼ିଶା ଚାଲି ଆସିଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିରେନ୍ଦ୍ର ଅନ୍ୟତ୍ର ବାହା ହୋଇପଡିଛନ୍ତି । ରୁମା ବାଲେଶ୍ବର ଆସିବା ପରଠାରୁ ବିରେନ୍ଦ୍ର ଫେରାର ରହିଥିବା ଜଣାପଡ଼ିଛି ।

ରୁମା ଏଠାକୁ କେବଳ ପ୍ରେମ ସମ୍ପର୍କକୁ ନେଇ ଆସିଛନ୍ତି ନା ଅନ୍ୟ କୌଣସି ଦେଶର ତଥ୍ୟ ହାସଲ ପାଇଁ ଆସିଛନ୍ତି ସେ ନେଇ ସନ୍ଦେହ ଉପୁଜିଥିଲା । ତେବେ ପୋଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଛି । ଅନେକ ସମୟରେ ହନିଟ୍ରାପ ଏବଂ ସୁନ୍ଦରୀ ଯୁବତୀମାନଙ୍କୁ ବ୍ୟବହାର କରି ଦେଶ ଭିତରକୁ ବହୁ ଗୁପ୍ତଚର ପଶିଥିବା ଏବଂ ଧରା ପଡିଥିବା ପୂର୍ବରୁ ନଜିର ରହିଛି । ଏଥିପାଇଁ ଏହାକୁ ସିଡବ୍ଲୁସି ପାଖରେ ବିଚାର ବିମର୍ଶ ପାଇଁ ରଖାଯାଇଛି । ଏ ନେଇ କେନ୍ଦ୍ରୀୟ ଏଜେନ୍ସି ମଧ୍ୟ ତଦନ୍ତ କରୁଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.