ବାଲେଶ୍ବର: ହାତୀ ମାଢିଦାନ୍ତ ବିକ୍ରି ପାଇଁ ଡିଲ ବେଳେ ମାଡି ବସିଥିଲା କ୍ରାଇମବ୍ରାଞ୍ଚ । ଏକ ଆନ୍ତଃ ଜିଲ୍ଲା ରାକେଟର ପର୍ଦ୍ଦାଫାଶ ହୋଇଛି। ଶନିବାର କ୍ରାଇମବ୍ରାଞ୍ଚ ଲକ୍ଷାଧିକ ଟଙ୍କାର ହାତୀ ଦାନ୍ତ ଜବତ କରି ବନ ବିଭାଗକୁ ହସ୍ତାନ୍ତର କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ।
ଭୁବନେଶ୍ବର କ୍ରାଇମବ୍ରାଞ୍ଚ, ଖଇରା, ଭଦ୍ରକ ପୋଲିସ ଓ ଔପଦା ବନ ବିଭାଗ ମିଳିତ ଭାବେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ହାତୀ ଦାନ୍ତ ଓ ମାଢି ଜବତ ହୋଇଛି। ଭଦ୍ରକ ଜିଲ୍ଲା ଅଗରପଡା ଥାନା କାଦବରାଙ୍ଗରେ ହାତୀ ଦାନ୍ତ ଓ ମାଢି ବିକ୍ରି ପାଇଁ ଡିଲ ବେଳେ କ୍ରାଇମବ୍ରାଞ୍ଚ ଚଢ଼ାଉ କରି ୧ କିଲୋ ୩୦୦ ଶହ ଗ୍ରାମ ଓଜନର ହାତୀ ଦାନ୍ତ ଓ ୨ଟି ୬ କିଲୋରୁ ଊର୍ଦ୍ଧ୍ବ ମାଢିଦାନ୍ତ ଜବତ କରିଛି ବନ ବିଭାଗ ।
ଏହାର ଆନୁମାନିକ ମୂଲ୍ୟ 2 ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ଆକଳନ କରିଛି। ଏହି ଡିଲରେ କେନ୍ଦୁଝର, ଭୁବନେଶ୍ବର ଓ ଭଦ୍ରକ ଲିଙ୍କ ଥିବା ବନ ବିଭାଗ ସୂଚନା ଦେଇଛି । ଔପଦା ବ୍ଲକ ମହୁଲଗଡ଼ିଆରୁ ବନମାଳୀ ସେଠି, ସୁଦର୍ଶନ ମହାରଣା, ଅଜୟ ମୁଦୁଲି, ଖଇରା ଜେମାଦେଇପୁରର ବାବୁରାମ ପୃଷ୍ଟି, ଭଦ୍ରକ ଅଗରପଡା କାଦବରାଙ୍ଗର ନଟବର ଦାସକୁ ବନ ବିଭାଗ ଚୋରା ହାତୀ ଦାନ୍ତ ବିକ୍ରି କରିବା ଅଭିଯୋଗରେ ଅଟକ ରଖି ତଦନ୍ତ କରୁଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ