ETV Bharat / state

ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ, ବାଲେଶ୍ଵରରେ ଟିକା ନେଲେ ସମ୍ମୁଖ ଯୋଦ୍ଧା

author img

By

Published : Feb 6, 2021, 1:36 PM IST

ରାଜ୍ୟରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ। ଗାନ୍ଧିସ୍ମୃତି ଭବନରେ ବାଲେଶ୍ବର ଜିଲ୍ଲାପାଳ ପ୍ରଥମେ ଟୀକା ନେଇ ଏହାର ଶୁଭାରମ୍ଭ କରିଛନ୍ତି। ଅଧିକ ପଢନ୍ତୁ...

ବାଲେଶ୍ଵରରେ ସମ୍ମୁଖ ଯୋଦ୍ଧାଙ୍କୁ କୋଭିଡ ଟୀକାକରଣ

ବାଲେଶ୍ବର: ଆଜି ରାଜ୍ୟରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ। ସେହିପରି ବାଲେଶ୍ଵରରେ ମଧ୍ୟ ସମ୍ମୁଖ କୋରୋନା ଯୋଦ୍ଧାଙ୍କ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ଗାନ୍ଧିସ୍ମୃତି ଭବନ, ପୋଲିସ ହସ୍ପିଟାଲ ଓ ଗଙ୍ଗାଧର କଲ୍ୟାଣମଣ୍ଡପରେ ଏହି ସବୁ ଟୀକାକରଣ ବ୍ୟବସ୍ଥା ହୋଇଛି।

ଗାନ୍ଧିସ୍ମୃତି ଭବନରେ ଜିଲ୍ଲାପାଳ ପ୍ରଥମେ ଟୀକା ନେଇ ଏହାର ଶୁଭାରମ୍ଭ କରିଥିଲେ। ସେହିପରି ପୋଲିସ ହସ୍ପିଟାଲରେ ଏସପି ଟୀକା ନେଇଥିଲେ।

ଗଙ୍ଗାଧର କଲ୍ୟାଣ ମଣ୍ଡପରେ ପୌର କର୍ମଚାରୀଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନରେ ପ୍ରଶାସନିକ ଅଧିକାରୀ 4ଶହ, ପୋଲିସ ଅଧିକାରୀ 4ଶହ ଓ 134ଜଣ ପୌର କର୍ମଚାରୀ ଟୀକା ନେବାର କାର୍ଯ୍ୟକ୍ରମ ରହିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.