ବାଲେଶ୍ବର:ବାଜୁଛି ଡିଜେ, ଚାଲିଛି ଜୋରଦାର ନାଚ। ଦେଖିଲେ ଲାଗୁଛି ସତେ ଯେମିତି ଏକ ସାଧାରଣ ଦିନ । ଦୂର ଦୂର ପର୍ଯ୍ୟନ୍ତ ନାହିଁ କୋରୋନା କଟକଣାର ଚିହ୍ନ । ମହାମାରୀ ସମୟରେ ସତେ ଯେମିତି କାହାକୁ କୋରୋନାର ଡର ନାହିଁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଏକ ଭସାଣି ସମୟରେ ।
ସୂଚନା ଅନୁଯାୟୀ ଚୌମୁଖ ପଞ୍ଚାୟତ ଟାୱାର ଛକ ନିକଟରେ କୋରୋନା କଟକଣା ବେଳେ ଖୁଲମଖୁଲା ଡିଜେ ବଜାଇ ନାଚି ନାଚି ବିଶ୍ବକର୍ମାଙ୍କ ଭସାଣି ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଏହି ଭସାଣୀରେ କାହାରି ମୁହଁରେ ମାସ୍କ ନଥିବା ବେଳେ ବିନା ଚିନ୍ତାରେ ଚାଲିଛି ନାଚ । ଆଉ ଉଚ୍ଚ ସ୍ବରରେ ବାଜୁଛି କାନଫଟା ଡିଜେ । ଏମିତି ଦୃଶ୍ୟ ବାଲିଆପାଳ ପ୍ରଶାସନ ଆଖିରେ ନପଡିବା ପ୍ରଶାସନିକ କୋଭିଡ ନିୟନ୍ତ୍ରଣ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ