ETV Bharat / state

କୋଭିଡ କଟକଣା କଡାକଡି, ବାଲେଶ୍ବର ସୀମାରେ ଗଳାବାଟ ସିଲ

ବାହାର ରାଜ୍ୟକୁ ଲାଗିଥିବା ସୀମାବର୍ତ୍ତୀ ଅଞ୍ଚଳରେ ବାଲେଶ୍ବର ପୋଲିସ ପୁଣି ଥରେ କଡାକଡି ଯାଞ୍ଚ କରିବା ସହ ସୀମା ସିଲ କରୁଛି। ଅଧିକ ପଢନ୍ତୁ...

ସୀମାରେ ସୁରକ୍ଷା କଡାକଡି
ସୀମାରେ ସୁରକ୍ଷା କଡାକଡି
author img

By

Published : Apr 23, 2021, 5:28 PM IST

ବାଲେଶ୍ୱର: କୋରୋନାର ଦ୍ଵିତୀୟ ଲହରୀକୁ ଦୃଷ୍ଟିରେ ରଖି ବାଲେଶ୍ଵର ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି। ବାହାର ରାଜ୍ୟକୁ ଲାଗିଥିବା ସୀମାବର୍ତ୍ତୀ ଅଞ୍ଚଳରେ ପୋଲିସ ପୁଣି ଥରେ କଡାକଡି ଯାଞ୍ଚ କରିବା ସହ ସୀମା ସିଲ କରୁଛି।

ସୀମାରେ ସୁରକ୍ଷା କଡାକଡି

ବିଶେଷ କରି ପଶ୍ଚିମବଙ୍ଗକୁ ଲାଗିଥିବା 82ଟି ଗାଁ ଦେଇ ଗଳା ବାଟ ଗୁଡିକୁ ସିଲ କରାଯାଇଛି। ଏହାସହ ପଶ୍ଚିମବଙ୍ଗରୁ ଆସୁଥିବା ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ 14 ଦିନ କ୍ବାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଉଛି।

ଜିଲ୍ଲାର ବିଭିନ୍ନ ଜାତୀୟ ରାଜପଥରେ ପୋଲିସ ପଇଁତରା ମାରୁଥିବା ସହ ଚେକିଂକୁ କଡାକଡି କରାଯାଇଛି। ଅନ୍ୟପଟେ ଲକ୍ଷ୍ମଣନାଥ ତନଖି ଫାଟକରେ ଚେକିଂ ବ୍ୟବସ୍ଥା କଡାକଡି ହୋଇଥିବା ବେଳେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.