ବାଲେଶ୍ବର: କୋରୋନା ସଚେତନତା ପାଇଁ ଜଣେ ସହକାରୀ ପ୍ରଫେସର ଓ ଜଣେ ଅଧ୍ୟାପକ ଲୋକମାନଙ୍କୁ ଗୀତ ମାଧ୍ୟମରେ ସଚେତନ କରାଇଛନ୍ତି । ଶିକ୍ଷାବିତ ସୁଦର୍ଶନ ଦାସଙ୍କ ଦ୍ବାରା ରଚିତ କୋରୋନା ସଚେତନତା ସଙ୍ଗୀତକୁ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡ ସ୍ମୃତିରଞ୍ଜନ ଦାସ ଓ ଗୁରୁ ହରେକୃଷ୍ଣ ବେହେରା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ରଶ୍ମିରଞ୍ଜନ ଦାସ ସ୍ବରରେ ସଜାଇ ଲୋକଙ୍କୁ ସଚେତନ କରାଇଛନ୍ତି ।
ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଭଳି ସଚେତନତା ବାର୍ତ୍ତା ଗୀତ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ