ETV Bharat / state

ଠିକାଦାର ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By

Published : Nov 6, 2019, 2:23 PM IST

ରାଜ୍ୟ ଠିକାଦାର ସଂଘର 10 ଦଫା ଦାବି ପୂରଣ ପାଇଁ ବାଲେଶ୍ବର ଠିକାଦାର ସଂଘ ଅନିର୍ଦ୍ଦିଷ୍ଟକାଳ କାର୍ଯ୍ୟବନ୍ଦ ପର୍ଯ୍ୟନ୍ତ ଆନ୍ଦୋଳନ କରୁଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଠିକାଦାର ସଂଘର ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ । ନିଖିଳ ଓଡିଶା ଠିକାଦାର ମହାସଂଘ ବାଲେଶ୍ଵର ଶାଖା ପକ୍ଷରୁ ଆଜି ରାସ୍ତା ଓ ଗୃହ ବିଭାଗ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି ।

ରାଜ୍ୟ ଠିକାଦାର ମହାସଂଘ 10 ଦଫା ଦାବି ନେଇ ବାଲେଶ୍ଵର ଶାଖା ପକ୍ଷରୁ ଠିକାଦାରମାନେ ଆନ୍ଦୋଳନ କରିଥିବାବେଳେ ସରକାରଙ୍କ ଭୁଲ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ରାଜସ୍ବ ବିଭାଗ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବାଲି, ଚିପ୍ସ ସହ ମେଟାଲ ଭଳି ଦ୍ରବ୍ୟ ଉପରେ ସରକାର ଜିଏସଟି ଶୁଳ୍କ ଲାଗୁ କରିବା, ଶ୍ରମିକ ମଜୁରୀର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଓ ଠିକାଦାରଙ୍କ କାର୍ଯ୍ୟ ସମାପ୍ତ ହେବା ପରେ ତୁରନ୍ତ ବିଲ୍ ନମିଳିବା, ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ପ୍ରଦାନ ସହ ରୟାଲିଟି ରସିଦ ଦାଖଲ ନିର୍ଦ୍ଦେଶ ତୁରନ୍ତ ପ୍ରତ୍ୟାହାର କରିବା ଦାବି ରହିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବର୍ତ୍ତମାନର ସରକାରୀ ନିୟମ ଅନୁଯାୟୀ ଏବେ ଠିକାଦାରମାନେ ଲାଭ ପାଇବା କଷ୍ଟ ହେବ ଯାହାକି ସେମାନଙ୍କ ପରିବାର ପ୍ରତିପୋଷଣରେ ବାଧକ ହେବ ବୋଲି କୁହାଯାଇଛି। ଠିକାଦାରଙ୍କ ଆନ୍ଦୋଳନ ଯୋଗୁଁ ଅଧାପନ୍ତରିଆ ଭାବେ ପଡିଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟ ପଡି ରହିଥିବାବେଳେ ଦାବି ପୂରଣ ନହେବା ଯାଏଁ କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ଠିକାଦାରମାନେ ଚେତାବନୀ ଦେଇଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ନିଖିଳ ଓଡିଶା ଠିକାଦାର ମହାସଂଘ ବାଲେଶ୍ଵର ଶାଖା ପକ୍ଷରୁ ଆଜି ବାଲେଶ୍ଵର ରାସ୍ତା ଓ ଗୃହ ବିଭାଗ କାର୍ଯ୍ୟାଳୟ ରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି ।

Body:10 ଦଫା ଦାବି ନେଇ ଠିକାଦାରମାନେ ଆନ୍ଦୋଳନ କରିଥିବା ବେଳେ ସରକାରଙ୍କ ଭୁଲ ନିଷ୍ପତ୍ତି କୁ ବିରୋଧ କରିଛନ୍ତି। ବର୍ତ୍ତମାନ ର ସରକାରୀ ନିୟମ ଅନୁଯାୟୀ ଏବେ ଠିକାଦାରମାନେ ଲାଭ ପାଇବା କଷ୍ଟ ହେବ ଯାହାକି ସେମାନଙ୍କ ପରିବାର ପ୍ରତିପୋଷଣରେ ବାଧକ ହେବ ବୋଲି କୁହାଯାଇଛି। ଠିକାଦାରଙ୍କ ଆନ୍ଦୋଳନ ଯୋଗୁଁ ଅଧାପନ୍ତରିଆ ଭାବେ ପଡିଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟ ପଡି ରହିଥିବା ବେଳେ ଦାବି ପୂରଣ ନହେବା ଯାଏ କୌଣସି କାର୍ଯ୍ୟ ଆଗେଇବ ନାହିଁ ବୋଲି ଠିକାଦାରମାନେ ଚେତାବନୀ ଦେଇଛନ୍ତି।

Conclusion:ଠିକାଦାରଙ୍କ ଆନ୍ଦୋଳନ ର କାରଣ ଓ ଦାବି ସମ୍ପର୍କରେ ଆମେ ସେମାନଙ୍କ ସହ ଅଧିକ ଆଲୋଚନା କରିଥିଲୁ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.