ETV Bharat / state

ପାଣ୍ଡିଆନଙ୍କ ବାଲେଶ୍ବର ଗସ୍ତକୁ ବିରୋଧ, ଜିଲ୍ଲାକୁ ଅଣଦେଖା କରାଯାଉଥିବା କହି ବର୍ଷିଲା କଂଗ୍ରେସ

Congress Target VK Pandian: 5T ଅଧ୍ୟକ୍ଷଙ୍କ ବାଲେଶ୍ବର ଗସ୍ତ ପୂର୍ବରୁ ସରଗରମ ରାଜନୀତି । ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ସାମ୍ୱାଦିକ ସମ୍ମିଳନୀ କରି ବର୍ଷିଛି କଂଗ୍ରେସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 6, 2024, 1:33 PM IST

5ଟି ସଚିବଙ୍କ ବାଲେଶ୍ବର ଗସ୍ତ ପୂର୍ବରୁ ବିରୋଧ
Congress Target to 5T Secretary
Congress Target to 5T Secretary

ବାଲେଶ୍ବର: ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବାଲେଶ୍ବର ଗସ୍ତ ପୂର୍ବରୁ ସରକାରଙ୍କ କାର୍ଯ୍ୟ ନେଇ ପ୍ରଶ୍ନ ଉଠାଇଛି ଜିଲ୍ଲା କଂଗ୍ରେସ । କେତେବେଳେ ବିଜୁ ଯୁବ ବାହିନୀ ତ ପୁଣି କେତେବେଳେ ନୂଆ ଓଡିଶା ନାଁରେ ସରକାରୀ ଅର୍ଥ ଆତ୍ମସାତ କରାଯାଉଥିବା ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜିବ ଗିରି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିବା ସହିତ ବିଜେଡି ସରକାରଙ୍କୁ ପ୍ରଶ୍ନ କରିଛି ।

ସୂଚନା ଅନୁସାରେ, ଆଜି(ଶନିବାର) ବାଲେଶ୍ବର ଜିଲ୍ଲା ଗସ୍ତ କରିଛନ୍ତି ଭିକେ ପାଣ୍ଡିଆନ । ତାଙ୍କର ଗସ୍ତକୁ ତୀବ୍ର ବିରୋଧ କରିଛି ଜିଲ୍ଲା କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତିଙ୍କ ଅଭିଯୋଗ ଓ ଦାବି ଅନୁସାରେ, ଉତ୍ତର ଓଡିଶାର ବିକାଶ ଦିଗରେ ଆଜି ଯାଏଁ ରାଜ୍ୟ ସରକାର କୌଣସି ଧ୍ୟାନ ଦେଇ ନଥିବାବେଳେ ପୂର୍ବରୁ ଯୁବ ବାହିନୀ ଆଉ ଏବେ ନୂଆ ଓଡିଶା ନାଁରେ ପ୍ରହେଳିକା ଚଳାଇଛନ୍ତି । କେବଳ କେଉଁଠି ଲାଇଟ ଲଗାଇ ଦେଲେ କିମ୍ବା ସ୍କୁଲ କଲେଜରେ ରଙ୍ଗ ମାରିବା ବିକାଶ ନୁହେଁ ବୋଲି କହିଛି କଂଗ୍ରେସ ।

ବାସ୍ତବିକ ବିକାଶ ଦିଗରେ ରାଜ୍ୟ ସରକାର ଜମା ଚିନ୍ତିତ ନୁହଁନ୍ତି ବରଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜରିଆରେ ଭୋଟ ହାତେଇବାର ପ୍ରୟାସ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି । ଉତ୍ତର ଓଡ଼ିଶାର ବିକାଶ ଲାଗି ତତ୍ପରତା ପ୍ରକାଶ କରିବା ଜରୁରୀ । ସେଥିପାଇଁ ଜଳେଶ୍ବରରେ ସବଡିଭିଜନ, ବାଲେଶ୍ଵରକୁ ମହାନଗର ନିଗମ କରିବା ଭଳି ଦାବି କରିଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ : ନିର୍ବାଚନ ଲଢ଼ିବେ କି ଯୁବ ନେତା ବିକ୍ରମ? ବାଲେଶ୍ବରରେ ପଦଯାତ୍ରା କରି ନେଲେ ଲୋକଙ୍କ ଆଶୀର୍ବାଦ

ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜିବ ଗିରି ଅଭିଯୋଗ କରିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଜିଲ୍ଲା ଗସ୍ତ କରିବେ । ଜିଲ୍ଲାବାସୀ ବିଗତ 2 ଦଶନ୍ଧି ଧରି ବିଜେଡି ସରକାରଙ୍କୁ ଭୋଟ ଦେଇଆସୁଛନ୍ତି । କିନ୍ତୁ ବିକାଶ ଶୂନ ରହିଛି । ଯେଉଁଭଳି ଭାବେ ବିକାଶ ହେବା କଥା ଏହାକୁ ଗତିରୋଧ କରାଯାଉଛି । ଉତ୍ତର ଓଡିଶାବାସୀଙ୍କୁ ଧୋକା ଦେବା ସହିତ ପ୍ରତାରଣା କରିଛନ୍ତି । ବାଲେଶ୍ବର ଉତ୍ତର ଓଡିଶାର କେନ୍ଦ୍ରସ୍ଥଳ । ବାଲେଶ୍ବରକୁ ଏକ ମହାନଗର ନିଗମରେ ପରିଣତ କରିବା ପାଇଁ ଆମେ ଦାବି କରିଛୁ । ସବୁ ଜିଲ୍ଲାକୁ ସୁବିଧା ପ୍ରଦାନ କରାଯାଉଛି କିନ୍ତୁ ବାଲେଶ୍ବର ପ୍ରତି ଅବହେଳା ହେଉଛି ।''

ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟରେ ଅସୁବିଧାର ସାମ୍ନା କରୁଛନ୍ତି ବାଲେଶ୍ବରବାସୀ । କାହିଁକି ଆଜି ସ୍ବାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ । କଂଗ୍ରେସ ଶାସନ ରହିଥିବା ସମୟରେ ଏମ୍ସ ସୁପର ସ୍ପେସାଲିଟି ହସ୍ପିଟାଲ ପାଇଁ ପ୍ରସ୍ତାବ ହୋଇଥିଲା, ତାହା ମଧ୍ୟ ଉଠାଇ ନିଆଗଲା । ଜିଲ୍ଲାରେ ଆଜି ଶହ ଶହ ସରକାରୀ ପଦବୀ ଖାଲି ରହିଛି । କାହିଁକି ବାଲେଶ୍ବରକୁ ଏତେ ଅଣଦେଖା କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.