ବାଲେଶ୍ବର: ଜିଲ୍ଲାରେ କଂଗ୍ରେସ ପକ୍ଷରୁ ରାଜ୍ୟସ୍ତରୀୟ କୃଷକ ବଞ୍ଚାଅ ଅଭିଯାନ ସଭା ଅନୁଷ୍ଠିତ ହୋଇଛି। କୁରୁଡ଼ା ଠାରୁ ଦଳ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ସଭାସ୍ଥଳରେ ପହଞ୍ଚିଛି । ପ୍ରବଳ ବର୍ଷାରେ ମଧ୍ୟ ଶୋଭାଯାତ୍ରା ଅଟକି ନଥିଲା।
ମିଶନ ପଡିଆରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସାଂସଦ ତଥା ଓଡିଶା ପ୍ରଭାରୀ ଡ଼. ଏ ଚେଲ୍ଲା କୁମାର ଯୋଗଦେଇଥିଲେ। ଚେଲ୍ଲା କୁମାର ବାଲେଶ୍ବରରେ ପହଞ୍ଚିବା ପରେ କୁରୁଡ଼ାଠାରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ପୁଲିସ ଲାଇନଠାରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ଚେଲ୍ଲା କୁମାରଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକ ତାରାପ୍ରସାଦ ବାହିନୀପତି, ନବଜ୍ୟୋତି ପଟ୍ଟନାୟକ, ସାଂସଦ ସପ୍ତଗିରୀ ଉଲକା ,ସୁଶୀଳା ତିରିଆ, ଓଡିଶା କିଷାନ କଂଗ୍ରେସ ସଭାପତି ଅମୀୟ କୁମାର ପଟ୍ଟନାୟକ, ପୂର୍ବତନ ଏମପି ପ୍ରଦୀପ ମାଝୀ, ସତ୍ୟଶିବ ଦାସ,ସଞ୍ଜୀବ ଗିରି,ବିକ୍ରମ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ପରେ ଫାଣ୍ଡି ଛକ ଠାରେ ଏକ ସମାବେଶର ଆୟୋଜନ କରାଯାଇଥିଲା। ବକ୍ତାମାନେ କେନ୍ଦ୍ରର କୃଷି ବିଲକୁ ବିରୋଧ କରିଥିଲେ। ସେହି ପରି ରାଜ୍ୟ ସରକାରଙ୍କ କୃଷି, କୃଷକ ପ୍ରତି ଥିବା ବୈମାତୃକ ମନୋଭାବକୁ ବିରୋଧ କରିଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ