ETV Bharat / state

ଉପନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପିକୁ କଂଗ୍ରେସର ଟାର୍ଗେଟ - tara prasad bahinipati

ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଏହାପରେ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ଅଧିକ ପଢ଼ନ୍ତୁ...

ଉପନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପିକୁ କଂଗ୍ରେସର ଟାର୍ଗେଟ

author img

By

Published : Nov 1, 2020, 8:16 PM IST

ବାଲେଶ୍ଵର: ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର। ଉପ ନିର୍ବାଚନ ପାଇ 3 ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡିର ବରିଷ୍ଠ ନେତାମାନେ ବାଲେଶ୍ବର ସଦରର ଆସର ଜମାଇଥିଲେ। ନାନା ପ୍ରକାର ପ୍ରତିଶୃତି ଦେଇ ଲୋକଙ୍କ ଭୋଟ ହାତେବାକୁ ଚେଷ୍ଟା କରିଥିଲେ ସମସ୍ତ ପ୍ରାର୍ଥୀ ଓ ସେମାନଙ୍କ ରାଜନୈତିକ ଦଳ। ଆଚାର ସଂହିତା ଲାଗୁ ହେବା ପରେ ଆଜି(ରବିବାର) ପ୍ରଚାର ଶେଷ ହୋଇଛି। ଏହାପରେ ଉଭୟ ବିଜେପି ଓ ବିଜେଡିକୁ ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି।

ଉପନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପିକୁ କଂଗ୍ରେସର ଟାର୍ଗେଟ

ପ୍ରଚାର ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, "ବାଲେଶ୍ବର ସଦର ଅଞ୍ଚଳରେ ଉଭୟ ବିଜେପି ଓ ବିଜେଡିର କିଛି ନେତା ଆଉ ପ୍ରାର୍ଥୀ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି। ପ୍ରଶାସନ ଉପରେ ଆମର ଭରଷା ନାହିଁ। ବିଜେପି ଓ ବିଜେଡି ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ବେଳେ ପ୍ରଶାସନ ଚୁପ ରହିଛି। ଜଣେ ବୃଦ୍ଧା ଟଙ୍କା ଫେରାଉଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି। ଏହାର ନିରାକରଣ କରିବାକୁ ଆମେ ନର୍ବାଚନ କମିଶନଙ୍କୁ ଅନୁରୋଧ କରୁଛୁ। ଏହାର ନିରାକରଣ ନହେଲେ ଭୟାବହ ପରିସ୍ଥିତି ହେବ।"

ସେ ଆହୁର ମଧ୍ୟ କହିଛନ୍ତି ଯେ, ଉପନିର୍ବାଚନ ଲଢ଼ିବାକୁ ବିଜେଡି ପାଖରେ ମୁଦ୍ଦା ନାହିଁ। ଏଥିପାଇଁ ସେ ଲୋକଙ୍କୁ ଟଙ୍କା ବାଣ୍ଟିବା ସହ ରାଜ୍ୟରେ ନିଜ ଶାସନର ବାହୁବଳ ଦେଖାଉଛି।

ନଭେମ୍ବର 3 ତାରିଖରେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏଥିପାଇଁ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ରଞ୍ଜନ ଦତ୍ତ ପ୍ରାର୍ଥି ହୋଇଛନ୍ତି। ସେହିଭଳି ବିଜେଡି ପକ୍ଷରୁ ସ୍ବରୂପ ଦାସ ବାଲେଶ୍ବର ସଦର ଆସନ ପାଇଁ ଲଢ଼ୁଛନ୍ତି। ସେପଟେ କଂଗ୍ରେସ ପକ୍ଷରୁ ମମତା କୁଣ୍ଡୁ ଏହି ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି। ନଭମ୍ବର 12 ତାରିଖରେ ଉପନିର୍ବାଚନ ଫଳାଫଳ ଆସିବ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.