ବାଲେଶ୍ଵର: କୋରୋନା କଟକଣା ପାଇଁ ଅନେକ ଲୋକ ଜୀବିକା ହରାଇଛନ୍ତି । ଏଥିପାଇଁ ସରକାର ଚିନ୍ତା କରିବାର ଆଵଶ୍ୟକତା ରହିଛି ବୋଲି ଦାବି କରିଛି ବାଲେଶ୍ଵର ଜିଲ୍ଲା କଂଗ୍ରେସ । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ କୋଭିଡ ସେଣ୍ଟରରେ ପରିଣତ କରିବା ସହ ଆଇସିୟୁ ବେଡ ଅଧିକ କରିବା ଓ କୋଭିଡ ଟୀକାକରଣରେ ବହୁମାତ୍ରାରେ ଲୋକମାନଙ୍କୁ ସାମିଲ କରାଯିବା ପାଇଁ କଂଗ୍ରେସ ଦାବି କରିଛି । ଏନେଇ କଂଗ୍ରେସ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ