ETV Bharat / state

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ରାଲି

author img

By

Published : Jul 9, 2021, 2:27 PM IST

ଅହେତୁକ ତେଲ ଦର ବୃଦ୍ଧି ପ୍ରତିବାଦରେ ବାଲେଶ୍ବରରେ କଂଗ୍ରେସର ସାଇକେଲ ରାଲି ସହ କୁଶ ପୁତ୍ତଳିକା ଦାହ । ଅଧିକ ପଢନ୍ତୁ...

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ରାଲି
ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ରାଲି

ବାଲେଶ୍ଵର: କଂଗ୍ରେସ ପକ୍ଷରୁ ତୈଳଦର ବୃଦ୍ଧି ପ୍ରତିବାଦରେ ସାଇକେଲ ରାଲି । କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ୱରେ ଷ୍ଟେସନ ଛକରୁ ସାଇକେଲ ରାଲି ବାହାରିଛି । ଗତ 10 ଦିନ ମଧ୍ୟରେ ରାଜ୍ୟର ତେଲଦର 10 ଟଙ୍କା ବୃଦ୍ଧିପାଇ 100 ପାର୍ କରିଛି ।

ଏହାର ପ୍ରତିବାଦରେ ଆଜି(ଗୁରୁବାର) କଂଗ୍ରେସ ସାଇକେଲ ରାଲି କରିଛି । ଏଥିରେ ମହିଳା କଂଗ୍ରେସ ମଧ୍ୟ ପଦଯାତ୍ରାରେ ସାମିଲ ହୋଇ ଗ୍ୟାସ ଓ ତୈଳଦର ବୃଦ୍ଧିକୁ ପ୍ରତିବାଦ କରିଛି । ତେବେ ଷ୍ଟେସନ ଛକରୁ ସାଇକେଲରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କୁଶପୁତ୍ତଳିକା ଦାହ କରାଯାଇଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.