ETV Bharat / state

ଜଳେଶ୍ବର ବିଜେପିରେ ବିଦ୍ରୋହ, ଜୟ ନାରାୟଣଙ୍କ ପ୍ରାର୍ଥୀତ୍ବକୁ ବିରୋଧ

ଜଳେଶ୍ବର ବିଜେପିରେ ବିଦ୍ରୋହ। ଟିକେଟ ଚୟନକୁ ବିରୋଧ କଲେ ପୁରୁଣା ନେତା ଓ କର୍ମୀ। ବିଜେପି ପ୍ରାର୍ଥୀ କରିଥିବା ଜୟ ନାରାୟଣଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ପ୍ରାର୍ଥୀ ଚୟନର ପୁନଃ ବିଚାର କରିବାକୁ ଦାବି କଲେ କର୍ମୀ।

author img

By

Published : Mar 26, 2019, 11:41 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର : ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳର ଟିକେଟ ବଣ୍ଟନକୁ ନେଇ ସାରା ରାଜ୍ୟ ସରଗରମ ରହିଛି। ପ୍ରମୁଖ ଦଳ ଗୁଡିକରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଟିକେଟକୁ ନେଇ ଦଳ ଗୁଡିକର ମୁଣ୍ଡ ବିନ୍ଧିଲାଣି। କେଉଁଠି ପ୍ରାର୍ଥୀ ଟିକେଟ ପାଇ ଖୁସି ମନାଉଛି ତ କେଉଁଠି ଆଶାୟୀ ଟିକେଟ ନ ପାଇ ବିଦ୍ରୋହ କରୁଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପ୍ରାୟ ସବୁ ଦଳରେ ବିଦ୍ରୋହ ମୁଣ୍ଡ ଟେକୁଥିବାବେଳେ ଜଳେଶ୍ବର ବିଜେପିରେ ଟିକେଟକୁ ନେଇ ଦେଖାଦେଇଛି ଅସନ୍ତୋଷ। ଏଠାରେ ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡିହାଟରେ ଗଡୁଛି। କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିବା ଜୟନାରାୟଣ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଦଳର ପୁରୁଖା ନେତା ଓ କର୍ମୀ।

ଦଳର ଅସମୟରେ ମଙ୍ଗ ଧରିଥିବା ବହୁ ଯୋଗ୍ୟ ବ୍ୟକ୍ତିଙ୍କୁ ଅଣଦେଖା କରାଯାଇ ଜୟନାରାୟଣଙ୍କୁ ପ୍ରାର୍ଥୀ କରାଯିବାକୁ ବିରୋଧ କରିଛନ୍ତି କର୍ମୀ। ଏହା ସହ ଅସନ୍ତୁଷ୍ଟ କର୍ମୀମାନେ ଜୟ ନାରାୟଣ ହଟାଓ, ବିଜେପି ବଞ୍ଚାଅ ନାରାବାଜି ଦେଇ ପ୍ରାର୍ଥୀ ଚୟନର ପୁନଃ ବିଚାର କରିବାକୁ ଦାବି କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.