ବାଲେଶ୍ବର: ବିଭିନ୍ନ ଦାବି ନେଇ ବାଲେଶ୍ବର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ତଥା ଉପଖଣ୍ଡର ବରହମପୁର ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଧାରଣା ଦେଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ୪ଟି ବିଭାଗର ଅଧ୍ୟାପକ ପଦବୀ ଖାଲି ଥିବା କାରଣରୁ ୨୫୦ରୁ ଊର୍ଦ୍ଧ୍ବ କଲେଜ ଛାତ୍ରଛାତ୍ରୀ ଏକ ଧାରଣାରେ ବସିବା ସହ ଦାବି ପୂରଣ କରିବାକୁ ସ୍ଲୋଗାନ ଦେଇଥିଲେ। ଧାରଣା ସ୍ଥଳକୁ କଲେଜ ଅଧ୍ୟକ୍ଷ ଆସି ଛାତ୍ର ନେତା ଫ୍ରାନସିସ ବେକନ ସଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଆଗାମୀ ୭ ଦିନ ଭିତରେ ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଅଧ୍ୟକ୍ଷ। ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ କରିଥିଲେ ଛାତ୍ରଛାତ୍ରୀ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ