ETV Bharat / state

ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ, ମଡେଲ ସ୍କୁଲ ଭାବେ ଗଢା ହେବ - ବାହନାଗା ହାଇସ୍କୁଲ ଭଙ୍ଗା

ବାହାନଗା ହାଇସ୍କୁଲର ପୁନଃନିର୍ମାଣ କରାଯିବ । 5T ଅଧିନରେ ଏକ ମଡେଲ ସ୍କୁଲ ଭାବରେ ଗଢାହେବ ଏହି ସ୍କୁଲ । ଅଧିକ ପଢନ୍ତୁ

ବାହନାଗା ହାଇସ୍କୁଲର ହେବ ପୁନଃନିର୍ମାଣ
ବାହନାଗା ହାଇସ୍କୁଲର ହେବ ପୁନଃନିର୍ମାଣ
author img

By

Published : Jun 9, 2023, 2:25 PM IST

Updated : Jun 9, 2023, 3:04 PM IST

ଭୁବନେଶ୍ୱର: ଟ୍ରେନ ଦୁର୍ଘଟଣା ପରେ ବାହାନଗା ହାଇସ୍କୁଲରେ ମୃତଦେହ ରଖାଯାଇଥିବାରୁ ସ୍କୁଲ ଘର ଭଙ୍ଗାଯାଉଛି । ବର୍ତ୍ତମାନ 5T ଅଧିନରେ ଏହି ସ୍କୁଲର ପୁନଃନିର୍ମାଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ହାଇସ୍କୁଲର ପୁନଃନିର୍ମାଣ କରି ଏହାକୁ ଏକ ଆଦର୍ଶ ସ୍କୁଲ ଭାବେ ଗଢିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରି ସ୍କୁଲ ସମ୍ପୂର୍ଣ୍ଣ ଭାବରେ ଭଙ୍ଗା ଯିବ । 5T ଉପକ୍ରମରେ ଏହାର ପୁନଃନିର୍ମାଣ କରାଯିବ ।

ସୂଚନାଯୋଗ୍ୟ, ଗତ ୨ ତାରିଖରେ ବାହାନଗା ରେଳ ଷ୍ଟେସନ ଠାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ମରଶରୀରକୁ ସାମୟିକ ଭାବରେ ବାହାନଗା ହାଇସ୍କୁଲରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ମୃତଦେହ ଗୁଡିକୁ ଅନ୍ୟତ୍ର ନିଆଯାଇ ସ୍କୁଲ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି । ତେଣୁ ସ୍କୁଲ ଭାଙ୍ଗି ଏହାର ପୁନଃନିର୍ମାଣ କରିବା ସମ୍ପର୍କରେ ବିଭିନ୍ନ ମହଲରେ ଦାବି ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭି.କେ. ପାଣ୍ଡିଆନ, ସ୍କୁଲ ଗଣଶିକ୍ଷା ସଚିବ ଏସ୍. ଅଶ୍ୱସ୍ତି ଭିଡିଓ କନଫରେନ୍ସିଂ ଯୋଗେ ବାଲେଶ୍ବର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସମସ୍ତଙ୍କର ମତାମତ ନେଇଥିଲେ । ଯେହେତୁ ଛାତ୍ରଛାତ୍ରୀ, ଅଭିବାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମନରେ ସେ ଦିନର ଭୟଙ୍କର ଦୃଶ୍ୟ ଏବେ ବି ଭୟ ସୃଷ୍ଟି କରୁଛି ଏବଂ ସେମାନେ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି ତେଣୁ ପିଲାମାନଙ୍କର ମାନସିକ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ବାହାନଗା ହାଇସ୍କୁଲ ଓ ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲକୁ ଭାଙ୍ଗି ତା’ର ପୁନଃନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Train Tragedy: ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ, ଏଇଠି ରଖାଯାଇଥିଲା ମୃତଦେହ

ସୂଚନା ଅନୁଯାୟୀ, ବାହାନଗା ଟ୍ରେନ ଦୁର୍ଘଟଣାକୁ ଆଜକୁ ୭ ଦିନ ପୁରିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଶତାଧିକ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ହଜାରୁ ଅଧିକ ଆହାତ ହୋଇଥିଲେ । ଦୁର୍ଘଟଣା ସମୟରେ ମୃତଦେହ ଗୁଡିକୁ ବାହାନଗା ସ୍କୁଲରେ ରଖାଯାଇଥିଲା । ପ୍ରାୟ ୧୫୦ ଜଣ ଯାତ୍ରୀଙ୍କ ମୃତଶରୀର ରହିଥିଲା ସ୍କୁଲରେ । ଫଳରେ ସ୍କୁଲ ସାରା ରକ୍ତ ଛିଟା ପଡ଼ିଥିବା ବେଳେ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମନରେ ଭୟ ରହୁଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jun 9, 2023, 3:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.