ETV Bharat / state

Train Tragedy: ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପରେ ଆହତଙ୍କୁ ଭେଟିଲେ ନବୀନ

author img

By

Published : Jun 3, 2023, 9:38 AM IST

Updated : Jun 3, 2023, 2:05 PM IST

ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପରେ ଆହତଙ୍କୁ ଭେଟିଲେ ନବୀନ ପଟ୍ଟନାୟକ । ପୂର୍ବରୁ ରେଳମନ୍ତ୍ରୀ ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କରୁଛନ୍ତି । ଅଧିକ ପଢନ୍ତୁ

ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ

ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପରେ ଆହତଙ୍କୁ ଭେଟିଲେ ନବୀନ

ବାଲେଶ୍ଵର: ରେଳମନ୍ତ୍ରୀଙ୍କ ପରେ ବାଲେଶ୍ବରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବାହାନଗାସ୍ଥିତ ହେଲିପ୍ୟାଡରେ ପହଞ୍ଚି ସେଠାରୁ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ଦୁର୍ଘଟଣା ସ୍ଥିତି ଅନୁଧ୍ୟାନ ପରେ ସେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଛନ୍ତି । ହସ୍ପିଟାଲରେ ଆହତ ଯାତ୍ରୀଙ୍କୁ ଭେଟି ସମସ୍ତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଅଛନ୍ତି । ଏହାପୂର୍ବରୁ ସକାଳୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାହାନଗାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସେହିପରି ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ମଧ୍ୟ ଦୁର୍ଘଟଣାସ୍ଥଳକୁ ସୁଅ ଛୁଟୁଛି ।

ଗତ ରାତିରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସ୍ଥିତ ଏସଆରସି ଅଫିସରେ ସ୍ଥିତିର ସମୀକ୍ଷା କରିଥିଲେ । ଏହାପରେ ଆଜି ସକାଳୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ବାହନଗାରେ ପହଞ୍ଚିଥିଲେ । ରାତିରେ ମୁଖ୍ୟମନ୍ତ୍ରୀ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଏସଆରସି ସତ୍ୟବ୍ରତ ସାହୁ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ରାତି ତମାମ ଏସଆରସି ଅଫିସରେ ରହି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ଲାଗି ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରୁଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାଲେଶ୍ଵର ଅଭିମୁଖେ ଆସୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଶୁକ୍ରବାର ରାତିରେ କୋଲକାତା ଗସ୍ତରେ ଆସି ପହଞ୍ଚିଥିଲେ । ଏହି ଗସ୍ତକୁ ଧର୍ମେନ୍ଦ୍ର ବାତିଲ କରିଛନ୍ତି । ଆଜି ସକାଳେ ସେ କୋଲକାତାରୁ ଆସି ବାଲେଶ୍ୱରରେ ପହଞ୍ଚିବେ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଟେଲିଫୋନରେ ବାଲେଶ୍ୱରରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ବିଷୟରେ କଥା ହୋଇଛନ୍ତି । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଏହି ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ସାମିଲ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଆହତଙ୍କୁ ଚିକିତ୍ସାରେ ସହାୟତା, ଦରକାର ରୋଗୀଙ୍କୁ ରକ୍ତ, ଔଷଧ ଦେବାରେ ସହାୟତା, ରିଲିଫ ଯୋଗାଇଦେବା ପାଇଁ ସ୍ଥାନୀୟ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହେବା ପାଇଁ ନଡ୍ଡା କହିଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର କୋରାପୁଟ ଗସ୍ତ ବାତିଲ କରି ଏବେ ବାଲେଶ୍ବରରେ ପହଞ୍ଚିଛନ୍ତି ।

ସେହିପରି ଓଡିଶା ଆସୁଥିବା ପ୍ରଦେଶ କଂଗ୍ରେସ କମିଟିର ଓଡିଶା ପ୍ରଭାରୀ ଡ଼ ଏ ଚେଲ୍ଲା କୁମାର ବାଲେଶ୍ଵର ଯିବେ । ବାହାନାଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଖବର ପାଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ମୁତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବେ । ଆହତଙ୍କୁ ଏବଂ ତାଙ୍କ ପରିବାରଙ୍କୁ ଭେଟିବେ । ଡ଼ ଚେଲ୍ଲା କୁମାରଙ୍କ ସାଙ୍ଗରେ ଓପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଏବଂ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ଜିଲ୍ଲା କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ରହିବେ ।

Last Updated : Jun 3, 2023, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.