ETV Bharat / state

ବନ୍ଦ ହେଲା ପାଠପଢା: ସ୍କୁଲରେ ବାର୍ଥଡେ’ ପାଳିଲେ ବିଧାୟକ

ବାଲେଶ୍ବର ଜିଲ୍ଲା ଭୋଗରାଇ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ କମରଦାରେ ବିଧାୟକ ଅନନ୍ତ ଦାସଙ୍କ ଜନ୍ମଦିନ ପାଳନ କରାଯାଇଛି । ବିଭିନ୍ନ ମହଲରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

author img

By

Published : Aug 28, 2019, 10:10 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଏକ ସରକାରୀ ସ୍କୁଲରେ ଭୋଗରାଇ ବିଧାୟକ ନିଜ ଜନ୍ମଦିନ ପାଳନ କରିବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଧାୟକଙ୍କ ଜନ୍ମଦିନ ପାଳନ ଏତେ ଆଡ଼ମ୍ବରରେ ହୋଇଥିଲା ଯେ ସେଦିନ ପାଠପଢ଼ା ବନ୍ଦ ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର ଜିଲ୍ଲା ଭୋଗରାଇ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ କମରଦାରେ ବିଧାୟକ ଅନନ୍ତ ଦାସଙ୍କ ଜନ୍ମଦିନ ପାଳନ କରାଯାଇଛି । ବିଭିନ୍ନ ମହଲରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ବିଜେପି ନିନ୍ଦା କରିବା ସହ ସରକାରୀ ବିଦ୍ୟାଳୟରେ ବିଧାୟକ ଅନନ୍ତ ଦାସ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମ କରିଲେ ବୋଲି ଅଭିଯୋଗ କରିଛି।

ତେବେ ଏ ସମ୍ପର୍କରେ ବିଇଓଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ସମ୍ପର୍କରେ କୌଣସି ଅନୁମତି ଦେଇନଥିବା କହିଥିଲେ। ତେବେ ଜନ୍ମଦିନ ପାଳନ ବିଷୟରେ କିଛି ଜାଣିନଥିବା ବିଇଓ କହିଛନ୍ତି । ଅନ୍ୟପଟେ ଏଘଟଣା ବାବଦରେ ବିଧାୟକଙ୍କ ମତାମତ ମିଳିପାରିନାହିଁ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଇଟ- ଦିଲ୍ଲୀପ କାମିଳା(ବିଜେପି ନେତା)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.