ETV Bharat / state

କ୍ଷୁଦ୍ର ବ୍ୟବସାୟୀଙ୍କ ଥଇଥାନ ଦାବି, ନଚେତ୍ ଆଗାମୀ ନିର୍ବାଚନ ପରେ ରେଳରୋକ ଚେତାବନୀ - small vendor

ବାଲେଶ୍ୱର ରେଳଷ୍ଟେସନ ପରିସରରୁ ଛୋଟଛୋଟ ଦୋକାନୀ ଉଚ୍ଛେଦ କରିବା ଓ ଥଇଥାନ ନ କରିବା ପ୍ରତିବାଦରେ ଆଗାମୀ ନିର୍ବାଚନ ପରେ ରେଳରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଆଜି ସିଟୁ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 10, 2019, 10:56 PM IST

ବାଲେଶ୍ୱର: ଷ୍ଟେସନ ପରିସରରୁ ଉଚ୍ଛେଦ ଦୋକାନୀ କରିବେ ରେଳରୋକ । ବାଲେଶ୍ୱର ରେଳଷ୍ଟେସନ ପରିସରରୁ ଛୋଟଛୋଟ ଦୋକାନୀ ଉଚ୍ଛେଦ କରିବା ଓ ଥଇଥାନ ନ କରିବା ପ୍ରତିବାଦରେ ଆଗାମୀ ନିର୍ବାଚନ ପରେ ରେଳରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଆଜି ସିଟୁ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, 2008 ମସିହାରେ ଦୋକାନୀଙ୍କୁ ଉଚ୍ଛେଦ କରି ରେଳ ବିଭାଗ ପୁନଃସ୍ଥାପନ କରିଥିଲେ। ତେବେ ଷ୍ଟେସନ ପରିସରରେ ବ୍ୟବସାୟ କରିବା ପାଇଁ ରେଳ ବିଭାଗ ଦୋକାନୀଙ୍କ ପାଖରୁ 2010ରୁ ଅର୍ଥ ନେଉଥିଲେ। ମାତ୍ର ଗତ ମାର୍ଚ୍ଚ ମାସ 7 ତାରିଖରେ ଷ୍ଟେସନ ପରିସର ସୌନ୍ଦର୍ଯ୍ୟକରଣ କରିବା ପାଇଁ ଉକ୍ତ ଦୋକାନୀଙ୍କୁ ରେଳ ବିଭାଗ ଉଚ୍ଛେଦ କରିଥିଲା। ତେବେ ଦୀର୍ଘ ବର୍ଷ ଧରି ଚା, ପାନ ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିବା ଦୋକାନୀଙ୍କ ଜୀବିକା ଉଚ୍ଛେଦ କରାଯାଇଥିବା ନେଇ ଦୋକାନୀମାନେ ଅଭିଯୋଗ କରିଛନ୍ତି ।

ତେବେ ଏନେଇ ଦୋକାନୀମାନେ ଖଡ଼ଗପୁର ଏଡିଆରଏମଙ୍କୁ ନିଜର ଦାବି କରିଥିଲେ । ଏହାପରେ ଏପ୍ରିଲ 9 ତାରିଖରେ ସେ ଦୋକାନୀଙ୍କ ସହ ମିଳିତ ଆଲୋଚନା ପାଇଁ ଆହ୍ବାନ ମଧ୍ୟ ଦେଇଥିଲେ। ମାତ୍ର ଦିନକ ପୂର୍ବରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ବୋଲି କହି ନିର୍ବାଚନ ପରେ ଆଲୋଚନା କରିବାକୁ କହିଥିଲେ।

ତେଣୁ ବୁଧବାର ଦୋକାନୀମାନେ ଏହାର ପ୍ରତିବାଦରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ । ଯେଉଁଥିରେ ଆଗାମୀ ନିର୍ବାଚନ ପରେ ବିନା ନୋଟିସରେ ରେଳରୋକ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରମିକ ନେତା ରାଧାରମଣ ଷଡଙ୍ଗୀ, ନିକୁଞ୍ଜ ବସନ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ରେଳ ଷ୍ଟେସନ ପରିସରରୁ ଉଛେଦ ଛୋଟଛୋଟ ଦୋକାନୀ ଉଛେଦ କରିବା ଓ ଥଇଥାନ ନ କରିବା ପ୍ରତିବାଦରେ ଆଗାମୀ ନିର୍ବାଚନ ପରେ ରେଳ ରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଆଜି ସିଟୁ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି।

Body:2008 ମସିହାରେ ଦୋକାନିମାନଙ୍କୁ ଉଛେଦ କରି ରେଳ ବିଭାଗ ପୁନଃସ୍ଥାପନ କରିଥିଲେ। ଷ୍ଟେସନ ପରିସରରେ ବ୍ୟବସାୟ କରିବା ପାଇଁ ଦୋକାନିମାନଙ୍କ ପାଖରୁ ବିଭାଗ 2010ରୁ ଅର୍ଥ ନେଉଥିଲେ। ମାତ୍ର ଗତ ମାର୍ଚ୍ଚ ମାସ 7 ତାରିଖରେ ଷ୍ଟେସନ ପରିସର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଉକ୍ତ ଦୋକାନିମାନଙ୍କୁ ଉଛେଦ କରିଥିଲେ। ଖଡ଼ଗପୁର ଏଡିଆରଏମଙ୍କୁ ଦାବି କରାଯାଇଥିଲା। 9 ତାରିଖରେ ସେ ଦୋକାନୀ ମାନଙ୍କ ସହ ମିଳିତ ଆଲୋଚନା ପାଇଁ ଆହ୍ବାନ ଦେଇଥିଲେ। ମାତ୍ର ଦିନକ ପୂର୍ବରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ବୋଲି କହି ନିର୍ବାଚନ ପରେ ଆଲୋଚନା କରିବାକୁ କହିଥିଲେ। ଏହାକୁ ନେଇ ଦୋକାନୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Conclusion:ଦୀର୍ଘ ବର୍ଷ ଧରି ଚା, ପାନ ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିବା ଦୋକାନିମାନଙ୍କ ଜୀବିକା ଉଚ୍ଛେଦ କରାଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଆଗାମୀ ନିର୍ବାଚନ ପରେ ବିନା ନୋଟିସରେ ରେଳରୋକ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ସମ୍ବାଦିକ ସମ୍ମିଳନୀରେ ଶ୍ରମିକ ନେତା ରାଧାରମଣ ଷଡଙ୍ଗୀ, ନିକୁଞ୍ଜ ବସନ୍ତ ରାଏ ଉପସ୍ଥିତ ଥିଲେ।
ବାଇଟ- ରାଧା ରମଣ ଷଡଙ୍ଗୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.