ବାଲେଶ୍ଵର: ଚାନ୍ଦିପୁର ସମୁଦ୍ର କୂଳରେ ଡଲଫିନ । ବେଳାଭୂମିରେ ଜୀବନ୍ତ ଡଲଫିନ ଲାଗିଥିବା ଦେଖିବାକୁ ମିଳିଥିଲା । ଚାନ୍ଦିପୁରଠାରୁ କିଛି ଦୂର ନଅ ମାଇଲ ନିକଟରେ ଡଲଫିନଟି ଦେଖିବାକୁ ମିଳିଥିଲା । ଡଲଫିନକୁ ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିବାବେଳେ ଛୋଟ ପିଲାମାନେ ଏହାସହ ଖେଳିବାକୁ ଲାଗିଥିଲେ ।
କିଛି ସମୟ ପାଇଁ ଛୋଟ ପିଲାମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା ଡଲଫିନ । ଲୋକମାନେ ଡଲଫିନ ସହ ସେଲ୍ଫିର ମଜା ଉଠାଇଥିଲେ । ପରେ ସ୍ଥାନୀୟ ଲୋକମାନେ ଡଲଫିନଟିକୁ ପୁଣି ସମୁଦ୍ର ଭିତରୁ ଛାଡ଼ି ଦେଇଛନ୍ତି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ