ବାଲେଶ୍ୱର: ସୋର ଅଞ୍ଚଳରେ ଏକ ଘୋଡ଼ା ଏଣେତେଣେ ବୁଲୁଥିବା ବେଳେ ତାକୁ ଥାନାରେ ଜିମା ଦେଇଛନ୍ତି ଏକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ । ଅନନ୍ତପୁର ପଞ୍ଚାୟତ ପାଖର ଛକ ନିକଟରେ ଏକ ଘୋଡ଼ା ବୁଲୁଥିବାର ସେଠାକାର ଜଣେ ବ୍ୟକ୍ତି ଦେଖିବାକୁ ପାଇଥିଲେ । ଘୋଡା ନିକଟରେ ତାର ମାଲିକଙ୍କୁ ନ ପାଇ ଖୋଜାଖୋଜି କରି ଶେଷରେ ବିଫଳ ହୋଇଥିଲେ ।
ଶେଷରେ ବ୍ୟକ୍ତି ଜଣଙ୍କ ଆଦର୍ଶ ଯୁବ ପରିଷଦର ସଦସ୍ୟମାନଙ୍କୁ ଘୋଡ଼ା ସମ୍ପର୍କରେ ଖବର ଦେଇଥିଲେ । ଏହାପରେ ସଂଗଠନର ସଦସ୍ୟମାନେ ସେଠାରେ ପହଞ୍ଚି ଘୋଡାଟିକୁ ଆଣି ସୋର ଥାନାରେ ଜିମା ଦେଇଥିଲେ ଏବଂ ଘୋଡାର ପ୍ରକୃତ ମାଲିକଙ୍କୁ ଖୋଜିବା ପାଇଁ ଏକ ଏତଲା ଦିଆଯାଇଥିବା ଜଣାପଡିଛି ।