ETV Bharat / state

ବାଇକକୁ ଧକ୍କା ଦେଲା ବରଯାତ୍ରୀ କାର, ଜଣେ ମୃତ ଦୁଇ ଗୁରୁତର

author img

By

Published : Feb 15, 2021, 7:03 PM IST

ବାଲେଶ୍ଵର ଜିଲ୍ଲା ସୋର କୁପାରି ରାସ୍ତାର ପିତାକାଳିଆ ଠାରେ ବରଯାତ୍ରୀ କାର ସହ ଏକ ବାଇକ ଧକ୍କା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

କାର ବାଇକ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର
କାର ବାଇକ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସୋର କୁପାରି ରାସ୍ତାର ପିତାକାଳିଆ ଠାରେ ବରଯାତ୍ରୀ କାର ସହ ଏକ ବାଇକ ଧକ୍କା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି ।

କାର ବାଇକ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର
ସୂଚନା ଅନୁସାରେ, ଔପଦା ଥାନା ଅଧିନ ଅଘିରାପଦା ଗ୍ରାମର ରାମ ସିଂ ସେହି ଗ୍ରାମର ରତ୍ନାକର ଦାସଙ୍କୁ ବାଇକରେ ନେଇ ଘରକୁ ଯାଉଥିଲେ । ପିତାକାଳିଆ ଠାରେ କାରଟି ବାଇକକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକରେ ବସିଥିବା ରତ୍ନାକରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ରାମ ସିଂ ଓ ଅକ୍ଷୟ ବେହେରା ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.