ବାଲେଶ୍ବର: ବିଧାନସଭା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ବିଧାୟିକା ପ୍ରାର୍ଥୀ ମମତା କୁଣ୍ଡୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
କଂଗ୍ରେସ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ମମତାଙ୍କ ସହିତ କଂଗ୍ରେସର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। କଂଗ୍ରେସ କର୍ମୀମାନଙ୍କୁ ମମତା ନିଜର ସୈନ୍ୟ ବୋଲି ସମ୍ବୋଧିତ କରିବା ସହ ଏଥର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ।
ତେବେ ଅକ୍ଟୋବର 17ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। 19 ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। ଆସନ୍ତା ନଭେମ୍ବର 3 ତାରିଖରେ ବାଲେଶ୍ବର ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଥିବାବେଳେ ନଭେମ୍ବର 10ରେ ଭୋଟ ଗଣତି ହେବ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ