ETV Bharat / state

ବାଲେଶ୍ବରବାସୀଙ୍କୁ ଘାରିଛି 'ବୁଲବୁଲ' ଭୟ

ବାଲେଶ୍ବର ତଳିଆ ଓ ନଦୀ କୂଳିଆବାସୀଙ୍କୁ ଘାରିଛି ସମ୍ଭାବ୍ୟ ବାତ୍ୟା 'ବୁଲବୁଲ'ର ଭୟ । ଚାଷୀ ନିଜ ଚାଷ ଧୋଇଯିବା ଚିନ୍ତାରେ ଥିବାବେଳେ ଫନି ପରେ ଏବେ ବୁଲବୁଲର ପ୍ରଭାବକୁ ନେଇ ଭୟଭୀତ ଲୋକେ ।

author img

By

Published : Nov 8, 2019, 7:49 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: 'ଫନି' ପରେ ଏବେ ସମ୍ଭାବ୍ୟ ବାତ୍ୟା 'ବୁଲବୁଲ'ର ଭୟ ଘାରିଛି ବାଲେଶ୍ବର ତଳିଆ ଓ ନଦୀ କୂଳିଆବାସୀଙ୍କୁ । ପୁଣି ଏକ ବାତ୍ୟାର ସାମନା କରିବା ପାଇଁ ଲୋକମାନେ ନିଜକୁ ଅସହାୟ ମନେକରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବୁଲବୁଲକୁ ନେଇ ବାଲେଶ୍ବର ଜିଲ୍ଲାର ରେମୁଣା, ବାଲିଆପାଳ, ଜଳେଶ୍ବର, ବସ୍ତା, ବାହାନଗା ଆଦି ତଳିଆ ବ୍ଲକ ଗୁଡିକର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଏହାର ପ୍ରଭାବରେ ପବନ ବେଗ କମ ରହିଲେ ମଧ୍ୟ ପ୍ରବଳ ବର୍ଷାରେ ତଳିଆ ଅଞ୍ଚଳ ଜଳବନ୍ଦୀ ହେବାର ଆଶଙ୍କା ରହିଛି । ଏଥିପାଇଁ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଭରସା କରିଛନ୍ତି । ସେହିପରି ଗୃହିଣୀମାନେ ମଧ୍ୟ ବନ୍ୟା ଆଶଙ୍କା କରି ଘରେ ଶୁଖିଲା ଖାଦ୍ୟ, ମହମବତୀ ମହଜୁଦ ରଖିଛନ୍ତି ।

1999 ବାତ୍ୟା କଥା ମନେପଡିଲେ ଛାତି ଫାଟିଯାଉଥିବା କେହି କହୁଥିବା ବେଳେ ଚାଷୀ ନିଜର ବର୍ଷସାରାର ପରିଶ୍ରମ ପାଣିରେ ଧୋଇଯିବା ନେଇ ଚିନ୍ତାରେ ପଡିଯାଇଛି । ଅପରପକ୍ଷେ ଅଧିକ ବର୍ଷା ହେଲେ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ବିଡ଼ିଓ, ତହସିଲଦାର, ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପ୍ରଶାସନ ।

ଏପରିକି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯିବାକୁ କୁହାଯାଇଛି । ସେହିପରି 9 ତାରିଖ ପ୍ରବଳ ବର୍ଷାର ଆଶଙ୍କା କରି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି ଘୋଷଣା କରିଛନ୍ତି । ବାଲିଆପାଳ, ଭୋଗରାଇ, ବାହାନଗା ଓ ସଦର ବ୍ଲକ ଅଞ୍ଚଳରେ ଓଡ୍ରାଫ ଟିମ ସଜାଗ ରହିଥିବାବେଳେ ଏନଡିଆରଏଫ ଟିମ ମଧ୍ୟ ପ୍ରସ୍ତୁତ ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବୁଲବୁଲ ପାଇଁ ବାଲେଶ୍ଵର ଜିଲ୍ଲାର ତଳିଆ ଓ ନଦୀ କୁଳିଆ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଭୟ ଦେଖାଦେଇଛି। ଫନି ପରେ ଲୋକମାନେ ପୁଣି ଏକ ବାତ୍ୟା ଓ ବନ୍ୟାକୁ ସାମ୍ନା କରିବା ପାଇଁ ଅସହାୟ ହୋଇ ପଡୁଥିବା ଦେଖିବାକୁ ମିଳୁଛି। ଲୋକଙ୍କ ମନରେ କଣ ରହିଛି ଭୟ ସେ ବିଷୟରେ ବିଭିନ୍ନ ତଳିଆ ଅଞ୍ଚଳବାସୀଙ୍କ ପ୍ରତିକ୍ରିୟା ସାଉଁଟିଛି ଇଟିଭି ଭାରତ।

Body:ବାଲେଶ୍ଵର ଜିଲ୍ଲାର ରେମୁଣା, ବାଲିଆପାଳ, ଜଳେଶ୍ୱର, ବସ୍ତା, ବାହାନଗା ଆଦି ତଳିଆ ବ୍ଲକ ଗୁଡିକରେ ଲୋକମାନେ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି। ପବନର ବେଗ କମ ରହିଲେ ସୁଦ୍ଧା ପ୍ରବଳ ବର୍ଷା ହେଲେ ତଳିଆ ଅଞ୍ଚଳ ଜଳବନ୍ଦୀ ହେବାର ଆଶଙ୍କା କରି ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀ ଉପରେ ଭରସା କରିଛନ୍ତି। ଗୃହିଣୀମାନେ ମଧ୍ୟ ବନ୍ୟା ଆଶଙ୍କା କରି ଘରେ ଶୁଖିଲା ଖାଦ୍ୟ, ମହମବତୀ ମହଜୁଦ ରଖିଛନ୍ତି। 1999 ବାତ୍ୟା କଥା ମନେ ପଡିଲେ ଛାତି ଫାଟିଯାଉଥିବା କେହି କହୁଥିବା ବେଳେ ଚାଷୀ ନିଜର ବର୍ଷସାରାର ପରିଶ୍ରମ ପାଣିରେ ଧୋଇଯିବା ନେଇ ଚିନ୍ତାରେ ପଡିଛି। ଥୋଡ଼ ବାହାରିବା ସସମୟରେ ପ୍ରକୃତି ଦାଉ ସାଧିଥିବା ଚାଷୀମାନେ କହିଛନ୍ତି।

Conclusion:ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ଷା ଅଧିକ ହେଲେ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର ପାଇଁ ବିଡ଼ିଓ, ତହସିଲଦାର, ସରପଞ୍ଚ ମାନଙ୍କୁ ନିର୍ଦେଶ ଦିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ ରେ ଲୋକମାନଙ୍କୁ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯିବା ପାଇଁ କୁହାଯାଇଛି। 9 ତାରିଖ ପ୍ରବଳ ବର୍ଷାକୁ ଆଶଙ୍କା କରି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାର ବାଲିଆପାଳ, ଭୋଗରାଇ, ବାହାନଗା ଓ ସଦର ବ୍ଲକ ଅଞ୍ଚଳରେ ଓଡ୍ରାଫ ଟିମ ସଜାଗ ରହିଛି। ଏହାସହ ଏନଡିଆରଏଫ ଟିମ ମଧ୍ୟ ପ୍ରସ୍ତୁତ ରହିଛି।
ବାଇଟ1- ରମାକାନ୍ତ ପାତ୍ର(ପାଖରବାଡ଼ ଗ୍ରାମବାସୀ)
ବାଇଟ2- ସଂଜୁଲତା ବେହେରା(ଗୃହିଣୀ)
ବାଇଟ3- ବନମାଳୀ ମାଝୀ(ବଇଁଚା ଗ୍ରାମବାସୀ)
ବାଇଟ4- ସମ୍ବିତ ନାୟକ(ଅତିରିକ୍ତ ଜିଲ୍ଲାପାଳ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.