ETV Bharat / state

ଗ୍ରାହକଙ୍କୁ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ବଦ୍ଧ ଟେଲିଫୋନ କର୍ମଚାରୀ - bsnl

ଗ୍ରାହକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ବଦ୍ଧ ଟେଲିଫୋନ କର୍ମଚାରୀମାନେ ।  ଗ୍ରାହକଙ୍କ  ଅଭିଯୋଗର ସମାଧାନ ଓ ନିଜ କାର୍ଯ୍ୟରେ ସେମାନଙ୍କୁ ସନ୍ତୁଷ୍ଟ କରିବା  କର୍ମଚାରୀଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ବିଏସଏନଏଲର ଜିଏମଟିଡି ସଞ୍ଜୀବ କୁମାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 28, 2019, 10:22 PM IST

ବାଲେଶ୍ବର: ଗ୍ରାହକ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ବଦ୍ଧ ଟେଲିଫୋନ କର୍ମଚାରୀମାନେ । ଗ୍ରାହକଙ୍କ ଅଭିଯୋଗର ସମାଧାନ ଓ ନିଜ କାର୍ଯ୍ୟରେ ସେମାନଙ୍କୁ ସନ୍ତୁଷ୍ଟ କରିବା କର୍ମଚାରୀଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ବିଏସଏନଏଲର ଜିଏମଟିଡି ସଞ୍ଜୀବ କୁମାର । ବାଲେଶ୍ବର ଜିଲ୍ଲାର ଦୂରସଂଚାର ବିଭାଗ ପକ୍ଷରୁ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଗ୍ରାହକ ଜନସଂପର୍କ ଶିବିରରେ ଏଭଳି କହିଛନ୍ତି ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଦୂରସଂଚାର ବିଭାଗ ପକ୍ଷରୁ ଗୀତ ଓ ଅନ୍ୟାନ୍ୟ ସନ୍ଦେଶ ଦିଆଯାଉଥିବା ବେଳେ ଗ୍ରାହକ ମାନେ ଫୋନ ଉଠାଇ ମତାମତ ଉପସ୍ଥାପନ କରିବା ଜରୁରୀ ହୋଇଥାଏ । ଏଭଳି ନକରିବା ଦ୍ବାରା ତାହା ସ୍ଵତଃ ବିଲ୍ ହୋଇଯାଏ ଏବଂ ଗ୍ରାହକ ମାନେ ପରବର୍ତ୍ତୀ ସମୟରେ ଅସନ୍ତୋଷ ପ୍ରକାଶ କରିଥାନ୍ତି । ତେଣୁ ବର୍ତ୍ତମାନ ଗ୍ରାହକ ମାନଙ୍କ ଅଭିଯୋଗକୁ ସରଳିକରଣ କରାଯାଇଥିବା ସେ କହିଛନ୍ତି ।

ସେପଟେ ଦୂରସଂଚାର ନିଗମ ଓ ଅନ୍ୟାନ୍ୟ ଘରୋଇ ଫୋନ ସେବା ଯୋଗାଣକାରୀ ସଂସ୍ଥା ସହ ସମନ୍ବୟ ରଖି ଗ୍ରାହକ ମାନଙ୍କ ପାଇଁ ଉତ୍ତମ ସେବା ଯୋଗାଇ ଦେବାକୁ ଚେଷ୍ଟା ଚାଲିଥିବା ଟ୍ରାଇର ସଦସ୍ୟ ଆର୍ ଏନ୍ ସାହୁ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

wrwe

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.